ଅପରାଧ

ମା’ଙ୍କୁ ରଖିବାକୁ ନେଇ ମତଭେଦ; ସାନଭାଇଙ୍କୁ ବ୍ଲେଡରେ ଆକ୍ରମଣ କରି ଘାଇଲା କଲେ ବଡ଼ଭାଇ

ହିଞ୍ଜିଳିକାଟୁ, ୨୯।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗାଁରେ ମା’ଙ୍କୁ ପାଳନ ପୋଷଣ ନିମନ୍ତେ ମତଭେଦକୁ ନେଇ ମଙ୍ଗଳବାର ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସାନଭାଇଙ୍କୁ ବ୍ଲେଡରେ ଆକ୍ରମଣ ଅଭିଯୋଗରେ ପୋଲିସ ବଡ଼ଭାଇଙ୍କୁ ଗିରଫ ପରେ...

ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ

ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍‌ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ...

ଅମାନିଆଙ୍କୁ ସାବାଡ୍‌ କରିବ ପୋଲିସ, ପିନ୍ଧିବ ବଡି କ୍ୟାମେରା

ଭୁବନେଶ୍ୱର,୨୭ା୧୦: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ। ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ...

ସାନଖେମୁଣ୍ଡିରେ ଅନାସ୍ଥାକୁ ନେଇ ରାଜନୈତିକ ଛକାପଞ୍ଝା, ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଦିଗପହଣ୍ଡି,୨୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗିରହିଛି। ଶନିବାର ବିଳମ୍ବିତ ରାତିରେ ପଞ୍ଚାୟତ ଅଧୀନ ନୂଆଗଡ଼...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ। କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା...

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ ବେପାରୀଙ୍କୁ ୨୫ ଦିନ ପରେ ଗିରଫ କରିବାରେ ପୋଲିସ ସଫଳ ହୋଇଛି। କନ୍ଧମାଳ...

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ଗଳାରେ କଟା ଚିହ୍ନ ରହିଛି। ସେହିଭଳି ଯୁବକଙ୍କ ମୁହଁ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ସମ୍ପୃକ୍ତ ୩ ଜଣ ନାବାଳକଙ୍କୁ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା ଓରଫ ରାଜୁ (୩୦)। ପଟିଆ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ମନ୍ଦିର...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି କଏଦୀମାନେ ମୋବାଇଲ ଫୋନ୍‌ ବ୍ୟବହାର କରି ଅପରାଧ ଘଟାଉଛନ୍ତି। ମଙ୍ଗଳବାର ଏପରି ଏକ...

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା। ସଂପୃକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri