ଅପରାଧ

ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ

ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା ଯୋଗୁ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡ଼ିବ। ସୂଚନାନୁଯାୟୀ, ଅଭିମନ୍ୟୁ ୧ ଲକ୍ଷ ୯୧…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ଜୟନ୍ତୀ ନାୟକଙ୍କ ଘରେ ନିଆଁ ଲଗାଇଦେବା ଯୋଗୁ ଦୁଇ ବଖରା ଜଳିଯାଇଛି।…

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌

ବ୍ରହ୍ମପୁର ଅଫିସ,୧୫/୮- ମୋହଡା ନିକଟ ନରସିଙ୍ଗପୁର ଗ୍ରାମରେ ଥିବା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଏଲ. ଶୋଭନାଙ୍କୁ ଗୁରୁବାର ଦୁର୍ବୃତ୍ତମାନେ ଅକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଚିକିଟି ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଦିଗପହଣ୍ଡି ଥାନାଧିକାରୀ ଗୌରାଙ୍ଗ ଚରଣ…

ପୁଣି ମାତିଲେ ଲୁଟେରା:ମା’ ବେକରୁ ସୁନାଚେନ୍‌ ଝାମ୍ପିଲା ବେଳେ ଧରିଲା ପୁଅ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ୫ଟି ଏନ୍‌କାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସଂଧାନ ନିକଟରେ ମଙ୍ଗଳବାର ଦିନ ଦ୍ୱିପହରରେ ଜଣେ ମହିଳାଙ୍କଠାରୁ ସୁନାଚେନ ଲୁଟ୍‌ ଉଦ୍ୟମ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ…

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ମାଟିତଳୁ ଉଦ୍ଧାର କରିଥିଲା। ମୃତଦେହ ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କର…

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଙ୍ଗିରିପୋଷି…

୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି।…

କୋରାପୁଟ ଏସ୍‌ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍‌ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ…

ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର…

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୨୫୭/୧୯) ରୁଜୁକରି ତଦନ୍ତ ଜାରି ରଖିଛି। ତେବେ…

ସଶସ୍ତ୍ର ଡକାୟତି: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ୨ ବାଇକ ଲୁଟ୍‌

ଓଡ଼ଗାଁ, ୧୩।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଠଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୪ରୁ ୫ ଡକାୟତ ଗାଁ ମୁଣ୍ଡରେ ରହୁଥିବା ଭଗବାନ ଷଡ଼ଙ୍ଗୀଙ୍କ ଘରେ ପଶି ପରିବାରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର…

ଭଡ଼ାଘରୁ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୨ା୮(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡି ଅଧୀନ ଏକାତାଳି ଗ୍ରାମର ଏକ ଭଡ଼ାଘରୁ ସୋମବାର ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ମୁର୍ସିଦାବାଦର ଫାଶିଦୁଲ ରେହେମନ(୩୨)ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ କିଛି ମାସହେବ ଫାଶିଦୂଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?