ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଲେ ଟଙ୍କଧର ମେହେର। ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ ଗ୍ରାମର…
ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା
ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର କ୍ଷତିଗ୍ରସ୍ତ ହୋଇଛି। ଝୁଲୁ ରାଉତ, ଶଙ୍କର ରାଉତ ଓ ମହରଗ ରାଉତଙ୍କ ୨ ବଖରା…
ଲିଙ୍ଗରାଜ ହାଇସ୍କୁଲରୁ ଚୋରି
ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ ତାଲା ଭାଙ୍ଗି ୪ ହଜାର ଟଙ୍କା, ଗୋଟିଏ ଫ୍ୟାନ, ମାଇକ୍ରୋଫୋନ ୩ଟି, ପେନଡ୍ରାଇଭ୍ ଗୋଟିଏ…
ବଦାଙ୍ଗିରୁ ବିଦେଶୀ ମଦ ଜବତ
ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି। ନଂ.୮୧।୧୯ରେ ପୋଲିସ ଏକ ମାମଲା ରୁଜୁକରିବା ସହ ୯୭ ଲିଟର…
ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ, ଠାକୁରଗଡ଼ ଥାନାରେ ମାମଲା ରୁଜୁ
ବଇଣ୍ଡା,୧୧।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ତାବଡ଼ା ଗ୍ରାମର ମହିଳା ଫୁଲ ବେହେରାଙ୍କୁ ସେହିଗ୍ରାମର ଜମ୍ବେଶ୍ୱର ନାୟକ, ଯତୀନ ନାୟକ ଓ ଚାନ୍ଦି ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବା ମଙ୍ଗଳବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୫୦/୧୯ରେ ଏକ…
ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ନନ୍ଦିପଦା ଥାନା ବେତିରା ଗ୍ରାମର…
ନେପାଳ ବସ୍ ଦୁର୍ଘଟଣା: ମଳିପଡ଼ାର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଖୋର୍ଦ୍ଧା ଅଫିସ,୧୧।୬: କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ନେପାଳରେ ଦୁଇ ତୀର୍ଥ ଯାତ୍ରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଓଡ଼ିଆ ତୀର୍ଥଯାତ୍ରୀ। ଏଥିରୁ ଜଣେ ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ କଁପୁର ପଞ୍ଚାୟତ ମଳିପଡ଼ା ଉପରସାହିର ଚରଣ ବିଶ୍ୱାଳ ବୋଲି…
୩ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ: ଜଣେ ଗିରଫ
ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ବପ୍ନେଶ୍ୱରସାହି ଉପରେ ମଙ୍ଗଳବାର କଟକ ଓ ଖୋର୍ଦ୍ଧା ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ କରାଯାଇ ୩୦ ଗ୍ର୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ
ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ…
ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀ
ବାଲେଶ୍ୱର ଅଫିସ,୧୧।୬: ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ମଙ୍ଗଳବାର ଜିଲା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ପରସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘର ସମେତ ଏକକାଳୀନ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ଅଭିଯୋଗରେ ଏହି ଚଢ଼ାଉ…
ଝରକା ତାଡ଼ି ଘରେ ପଶିଲେ ଦୁର୍ବୃତ୍ତ: ଟଙ୍କା, ସୁନା ଅଳଙ୍କାର ଚୋରି
ବାରଙ୍ଗ, ୧୧।୬(ଡି.ଏନ୍.ଏ.): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସହଦେବ ସାମଲ ଏବଂ ଭଗବାନ ପୃଷ୍ଟିଙ୍କ ଘରୁ ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା ବେଳେ…
ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର
ପାଟଣାଗଡ଼,୧୧।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଦାଦା ପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରତର ଜଣକ ହେଲେ…
Archives


