ଅପରାଧ

ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଖଇରା,୪।୧୦(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ ଭିଜିଲାନ୍ସ ଡିଏସ୍‌ପି ଏସ୍‌. କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ୍‌ ହେମ୍ବ୍ରମଙ୍କ ନେତୃତ୍ୱରେ ତିନି…

କାର କାଚ ଭାଙ୍ଗି ଲୁଟ୍‌ ଘଟଣା, ୪ ଗିରଫ

କଟକ ରୋଡ,୪ା୧୦(ଡି.ଏନ୍‌.ଏ) : କାର କାଚ ଭାଙ୍ଗି ଲୁଟ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ବିକାଶ ନାଳି, କେନ୍ଦୁଝରର ରୁଦ୍ର ମିଶ୍ର, ପୁରୀ ମାର୍କଣ୍ଡେଶ୍ୱର ଅଞ୍ଚଳର…

ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବା ଉଦ୍ୟମ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଦେଇ ଯାଇଥିବା ୫୭ନଂ. ଜାତୀୟ ରାଜପଥ-୫୭ରେ ଗୁରୁବାର ଜଣେ ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ୨ ବାଇକ୍‌ ସମେତ ପୋଲିସ ଚେକ୍‌ପୋଷ୍ଟ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସେହିଭଳି…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ରୂପ୍‌ସା, ୩।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଡ଼ିହା ପଞ୍ଚାୟତ କୋଇଲିସାହି ଗ୍ରାମର ରାମଚନ୍ଦ୍ର ଦାସଙ୍କ ସ୍ତ୍ରୀ କୁନିଲତା (୨୩) ବୁଧବାର ଫାଶୀ ଦେଇ ମୃତ୍ୟୁ ହେବା ଘଟଣା ଭିନ୍ନମୋଡ଼ ନେଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ କୁନିଲତାଙ୍କ ବାପା ଯୋଗେନ୍ଦ୍ର ସେଠୀ ବସ୍ତା…

ପାରିବାରିକ କଳହର ପରିଣତି: ସାବତ ମା’ଙ୍କୁ ହତ୍ୟାକଲା ପୁଅ

ମାଲକାନଗିରି, ୩।୧୦(ଡି.ଏନ୍‌.ଏ.): କ୍ରୋଧ ବ୍ରହ୍ମଚଣ୍ଡାଳ। ରାଗର ବଶବର୍ତ୍ତୀ ହେଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ କିପରି ଅଭାବନୀୟ କାଣ୍ଡ କରିବସେ ମାଲକାନଗିରି ଜିଲା ସଦର ଥାନା ଅଧୀନ ଗୁଦୁନାଡ ଗାଁରେ ତାହା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ…

ମୋବାଇଲ ଚୋରି ର଼୍ୟାକେଟ୍‌: ୪ ଗିରଫ

ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। ଲୁଟ୍‌ ସମ୍ପର୍କରେ ପଚରାଉଚରା ପରେ ଗୁରୁବାର ଅପରାହ୍ନରେ ୪…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: କୋଟିପତି ଶିକ୍ଷୟିତ୍ରୀ ଗିରଫ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୬ସ୍ଥିତ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ତିଳୋତ୍ତମାଙ୍କ ଘରେ ଗୁରୁବାର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ…

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ଗ୍ରାମର ଧରଣୀଧର ମହାପାତ୍ର(୪୨)ଙ୍କୁ ଗିରଫ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ୨୦…

ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ

କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ ୬ ଅଭିଯୁକ୍ତଙ୍କୁ ଗୁରବାର କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ସଦର ଥାନାଧିକାରୀ ସମର୍ପିତା ସ୍ବାଇଁ…

ବ୍ରହ୍ମପୁର ପୋଲିସ ହାବୁଡ଼ରେ ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ: ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଲୁଟ୍‌

ବ୍ରହ୍ମପୁର ଅଫିସ, ୨।୧୦ – ବ୍ରହ୍ମପୁର ପୋଲିସ ହାବୁଡରେ ପଡ଼ିଛନ୍ତି ଇରାନିଅନ୍‌ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀ। ସେ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଲୂଟତରାଜ ଚଳାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ତାଙ୍କ ରାଜ ଚଳାଇଥିଲେ।…

ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ ଏକ…

ପାରିବାରିକ କଳହରୁ ହତ୍ୟାକାଣ୍ଡ: ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ, ଦୈତାରୀ ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର,୨।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା(ରାଘପୁର) ସାହିରେ ମଙ୍ଗଳବାର ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଣ ମୁର୍ମୁ(୧୭)। ସୂଚନାନୁଯାୟୀ, ସନ୍ଧ୍ୟାରେ ବଡ଼ଭାଇ ରେପ ମୁର୍ମୁ ଘରକୁ କୁକୁଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri