ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା
ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ ନ୍ୟାୟିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି। ପୋଲିସର ଏଭଳି ବାରମ୍ବାର ଭୁଲ୍ ପଦାକୁ…
ଖନ୍ତାପଡା ଛକରେ ବ୍ୟବସାୟୀଙ୍କୁ ଗୁଳି: ୨ ଦୁର୍ବୃତ୍ତ ଫେରାର
ରେମୁଣା, ୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ ଛକରେ ଶନିବାର ଅପରାହ୍ନ ୩ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ…
ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ
ଯୋଡ଼ା,୫।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ସୁଜିତ କୁମାର ପ୍ରଧାନ ଅଭିଯୋଗରେ କହିଛନ୍ତି ଯେ, ସେ ଉକ୍ତ ଖଣିର…
କଳା ପଲ୍ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ
କେନ୍ଦୁଝର,୫।୧୦(ଡି.ଏନ୍.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ୨ ଲକ୍ଷ…
ଭୁଜାଲି, ମାଉଜର ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ
ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ରାତିରେ ଏକ ଡକାୟତି ଦଳ କୁସୁମୀ…
ଶୁଳିଆ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ନୟାଗଡ଼ ଅଫିସ,୫।୧୦: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଦ୍ୱିତିକେଶ୍ୱର ମନ୍ଦିର ନିକଟସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ଶନିବାର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମର ଗୌରାଙ୍ଗ ସାହୁ(୨୭)। ପ୍ରକାଶଯୋଗ୍ୟ, ଗୌରାଙ୍ଗ…
ଚେନ୍ନାଇରୁ ଚୋରିକରି ଓଡ଼ିଶାରେ ଗିରଫ ହେଲେ ଯୁବକ
ଆନନ୍ଦପୁର,୫। ୧୦(ସ୍ବ.ପ୍ର.): ଚେନ୍ନାଇରୁ ଚୋରି କରିଥିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ଚେନ୍ନାଇ ପୋଲିସ ଗିରଫ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ଘସିପୁରା ଥାନା ତରଡ଼ିପାଳ…
ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ ଘଟଣା: ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡାଦେଶ
ବାଲିଗୁଡ଼ା,୫।୧୦.(ଡି.ଏନ୍.ଏ.): ଜଣେ ଦିନମଜୁରିଆ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାରକରି ବାଲିଗୁଡ଼ା ଏସ୍ଡିଜେଏମ୍ ସୌମ୍ୟ ସ୍ବରୂପ ସାହୁ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମର ଅଭିଯୁକ୍ତ ବିରୁପାକ୍ଷ ଦଣ୍ଡିଆଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ…
ପୋଲିସ୍ ଏନ୍କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ
କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍ ଭେଲୁ…
୨ ମୋଟରସାଇକେଲ ଲୁଟ୍, ଥାନାରେ ଅଭିଯୋଗ
ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ପ୍ରାଣୀ ଖାଦ୍ୟ କମ୍ପାନୀର କର୍ମଚାରୀ ଅଜିତ କୁମାର ମହନ୍ତ ନିଜ ମୋଟରସାଇକେଲ…
୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଛତ୍ରପୁର,୪ା୧୦(ଡି.ଏନ.ଏ.)- ଛତ୍ରପୁର ପୋଲିସ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ମିଲ୍ କତୁରୁ ଗଁ।ର ବି ସନ୍ତୋଷ ପାତ୍ର ଓରଫ ବୁଚି ପାତ୍ର। ତାଠାରୁ…
୩ ଜୁଆଆଡ୍ଡାରେ ଚଢାଉ, ୧୩ ଗିରଫ: ୪ ବାଇକ୍, ୨୪୩୨୦ ଟଙ୍କା ଜବତ
ଆସିକା,୪ା୧୦ (ଡି.ଏନ୍.ଏ.)- ଆସିକା ଥାନା ଇଲାକାର ବେଣିଆ, ନୂଆଗଁା ଓ ଦେବଭୂମି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ଗୁରୁବାର ରାତିରେ ପୋଲିସ ଚଢାଉ କରିଥିଲା। ଏଠାରୁ ୧୩ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଜୁଆଆଡ୍ଡାରୁ ୨୪ ହଜାର ୩୨୦ ଟଙ୍କା, ୪ ବାଇକ,…
Archives


