ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୮ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ,୨୦।୧୨: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବାଘମାରୀ ଥାନାର କୋଟପଲ୍ଲା ଛକରେ ଶୁକ୍ରବାର ଚଢ଼ାଉ କରାଯାଇ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ବିକ୍ରି ଘଟଣାରେ ବାଘମାରୀ ଥାନା ଓସ୍ତପୁର ଗାଁର ମହେଶ୍ୱର ବେହେରା ଓରଫ ମହିଆ(୪୦)ଙ୍କୁ ଗିରଫ…
ଦୁର୍ଦ୍ଦାନ୍ତ ସାଗର ପରିଡା ଏନ୍ଏସ୍ଏରେ ବୁକ୍: ତାଙ୍କ ନାମରେ ରହିଛି ୧୬ରୁ ଊର୍ଦ୍ଧ୍ୱ ମାମଲା
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଜେଲରେ ଥିବା ଦୁର୍ଦ୍ଦାନ୍ତ ସାଗର ପରିଡାଙ୍କୁ କମିଶନରେଟ ପୋଲିସ ଏନ୍ଏସ୍ଏରେ ବୁକ୍ କରିଛି। ତାଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ବିଶେଷକରି ବୋମା ମାଡ଼, ଦାଦାବଟି, ହତ୍ୟା ଉଦ୍ୟମ, ଡକାୟତି ଭଳି ୧୨ ସଙ୍ଗିନ ମାମଲାରେ ସେ ସମ୍ପୃକ୍ତ…
ଜେଲ୍ ଗଲେ ବିଡିଏ ସେକ୍ସନ ଅଫିସର
କଟକ ଅଫିସ,୨୦।୧୨: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିଷମେଣ୍ଟ) ବିଭୂତି ଭୂଷଣ ରାୟଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ…
ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ
କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଯୁବକ ହେଲେ ଚମ୍ପୁଆ ଥାନାର ସସାଙ୍ଗ ଗ୍ରାମର ସୁନୀଲ ନାୟକ। ୨୦୧୭ ଜାନୁୟାରୀ ୧୩…
ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା
ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକ ହେଲେ ଅନିଲ ମୁଣ୍ଡା ଓ ତାଙ୍କ ଘର…
ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ
ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ…
ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ବୁଧବାର ରେଡ୍ ଜାରି ରହିଛି। ଭୁବନେଶ୍ୱରର ଝାରପଡ଼ା, ଜିଜିପି କଲୋନୀସ୍ଥିତ ଘର…
ଜୁଆ ଆଡ୍ଡାରେ ଚଢ଼ାଉ, ୩ ଗିରଫ
ପାଲଲହଡା,୧୭।୧୨(ଡି.ଏନ.ଏ.)- ପାଲଲହଡା ଥାନା ବଡ଼ଝାର ଗ୍ରାମ ନିକଟ କୁକୁଡ଼ା ଲଢେଇପଡାରେ ଜୁଆ ଆଡ୍ଡା ଚାଲିଥିବାବେଳେ ପାଲଲହଡା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଦୀର୍ଘଦିନ ହେବ ଏହି ଅଞ୍ଚଳରେ…
ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍
ଜୟପୁର,୧୭ା୧୨(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ (୨୫)ଙ୍କୁ ଆଜୀବନ ଜେଲ୍ ସହ ୨୦…
କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ
ରୂପ୍ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି। ସୋମବାର ରାତିରେ ପୁତୁରା ଦୀନବନ୍ଧୁ ମାରଣାସ୍ତ୍ରରେ ତାଙ୍କ କକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।…
ହେଟେଲରେ ବଙ୍ଗୀୟ ଯୁବତୀଙ୍କୁ ମାରପିଟ୍, ୨ ଅଟକ
କଟକ ରୋଡ୍,୧୭।୧୨(ଡି.ଏନ୍.ଏ.): ରାଜଧାନୀର ଏକ ହୋଟେଲରେ ମଙ୍ଗଳବାର ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ସହ ମାରପିଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ସମ୍ପୃକ୍ତ ଯୁବତୀଙ୍କ ଘର କଲିକତାରେ।…
ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ
ତାଳଚେର,୧୫।୧୨(ନି.ପ୍ର.): ତାଳଚେର ବିଧାୟକଙ୍କ ଗାଡ଼ି ପୋଡି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରବିବାର ସକାଳେ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯୁବ ସମାଜସେବୀ ସଂଗଠନର ଦୁଇ ପ୍ରମୁଖ କର୍ମକର୍ତ୍ତା। ଗତ ୮ ତାରିଖରେ ବିଧାୟକଙ୍କ ଭରତପୁରସ୍ଥିତ କ୍ୟାମ୍ପ୍ ଅଫିସରେ ବିଳମ୍ବିତ ରାତିରେ…
Archives


