ଅପରାଧ

ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍‌ପିଙ୍କୁ ରାଜ୍ୟ ମହିଳା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧଳାପଥର ଏଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୧ା୭ : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଏଏସ୍‌ଆଇ ଅଶୋକ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ଘଟଣାରେ ରଫାଦଫା ଲାଗି ସେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପ୍ରକାଶ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପାଟଣାଗଡ଼ ଡିଏଫ୍‌ଓ

ପାଟଣାଗଡ଼, ୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ପ୍ରଣବ ମହାନ୍ତି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଡିଏଫ୍‌ଓ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ୱାରା…

ଭଉଣୀ ଘରକୁ ଯାଉଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ସୋନପୁର,୮।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଚୁଡ଼ାଖାଇ ପାହାଡ଼ ରାସ୍ତା ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ସେ ହେଲେ ବ୍ରାହ୍ମଣୀ ନିକଟସ୍ଥ ଭୁରାଟ ଗାଁର ଶାନ୍ତନୁ ରାଉତ। ସୂଚନାଯୋଗ୍ୟ, ଶାନ୍ତନୁ ସକାଳେ ମୋଟର ସାଇକେଲରେ ଭଉଣୀଙ୍କ ଘରକୁ…

୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

କଟକ ଅଫିସ,୮।୬: କଟକ ଜଗତପୁରସ୍ଥିତ ପୀରବଜାରଠାରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ। ଅଭିଯୁକ୍ତ…

ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର ଭୋରରୁ ପାଟଣା ବନ ବିଭାଗ ଜବତ କରିଛି। ଚୋରା କାଠ ବେପାରରେ ସମ୍ପୃକ୍ତ ୨…

ଖୋର୍ଦ୍ଧା ଜେଲ୍‌ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ

ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ସଂପୃୃୃକ୍ତି ନେଇ ଉଠିିିଛି…

ଜମି ପାଇଁ ଦାଦା-ଖୁଡ଼ୀଙ୍କୁ ହତ୍ୟା, କୁଅରେ ଫିଙ୍ଗିଲେ: ପୁତୁରା ଅଟକ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୬ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଞ୍ଚାୟତ କୁଟୁରାବେଡା ଗାଁରେ ପାରିବାରିକ ଜମି ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି । ଜମିଲାଗି ନିଜର ଦାଦା ଓ ଖୁଡ଼ୀଙ୍କୁ ପୁତୁରା ହତ୍ୟା କରି ଉଭୟଙ୍କ ମୃତଦେହକୁ କୂଅ ଭିତରକୁ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପୂର୍ବତନ କୃଷି କର୍ମଚାରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ସରଣ୍ଡା/ସୁନ୍ଦରଗଡ଼,୫।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମର ପୂର୍ବତନ କୃଷି କର୍ମଚାରୀ(ଓଭରସିଅର) ଫକୀର କର୍ଣ୍ଣଙ୍କ ବାସଭବନ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କର୍ଣ୍ଣଙ୍କ ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ…

ବେଆଇନ ମଦ କାରବାର: ୧୯୩ ଲିଟର ମଦ ଜବତ, ୮ ଗିରଫ

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୯୩ ଲିଟର ଦେଶୀ ମଦ ସହ ୫ଟି…

ପିଆଜ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଜିଲା ୫୭ ନଂ ଜାତୀୟ ରାଜପଥ ସଦର ଥାନା ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ଏକ ପିଆଜ ଟ୍ରକ୍‌ରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ…

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା ନେଇ ଗୁରୁବାର ସକାଳୁ ଥାନାରେ ଅଭିଯୋଗ ହୋଇଛି। ମୃତ ପ୍ରହ୍ଲାଦଙ୍କ ପୁଅ ସନ୍ତୋଷ ଲାଖୁଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri