ଅପରାଧ

ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ

ମାଲକାନଗିରି,୨୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଏବଂ ମାଲକାନଗିରି ପୋଲିସ ଦୁଇଟି ଘଟଣାରେ ୭୬୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ପୋଲିସ ଏକ ବୋଲେରୋ…

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ

ଡେରାବିଶ,୨୯ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ନେଇ ଗତ ଜୁନ୍‌ ୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି କେସ ନଂ ୩୨୩/୨୧ରେ ବିଭିନ୍ନ…

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

ଦାରିଙ୍ଗବାଡ଼ି,୨୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଖବର ପାଇ…

ପୂର୍ବ ଶତ୍ରୁତାରୁ ସୋଲ କାରିଗରଙ୍କୁ ହତ୍ୟା

ପୁରୀ ଅଫିସ,୨୬।୭: ପୁରୀରେ ଦିନକୁ ଦିନ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ରବିବାର ବାସେଳି ସାହି ଥାନା ଅନ୍ତର୍ଗତ ବଡ଼ପୋଖରୀ ଜାଗା ନିକଟରେ ଜଣେ ସୋଲ କାରିଗରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବାସେଳିସାହି ଥାନା ଅଧୀନ ବଡ଼ଓଡ଼ିଆ ମଠ ଅଞ୍ଚଳର…

ଯାତ୍ରୀଙ୍କୁ ଲିଫ୍ଟ ଆଳରେ ଲୁଟୁଥିଲେ

ରସୁଲପୁର,୨୬।୭(ଡି.ଏନ.ଏ.): କୁଆଖିଆ ଥାନା ପୋଲିସ ରବିବାର ଜଣେ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶୋ ଗ୍ରାମର ବ୍ରଜବନ୍ଧୁ ରଣା (୫୩)। ବ୍ରଜବନ୍ଧୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଲିଫ୍ଟ ଦେବା ଆଳରେ ନିଶା…

ଲାଗିଲା ପୋଷ୍ଟର, ପରିଚୟ ଦେଲେ ପୁରସ୍କାର

ଭୁବନେଶ୍ୱର,୨୫।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ନିକଟ କୁଆଖାଇ ନଦୀପଠା ବାଲିରେ ପୋତା ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ଇତିମଧ୍ୟରେ ୩ଦିନ ବିତିଛି। ପୋଲିସ ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ପାଇପାରି ନ ଥିବାରୁ ତଦନ୍ତରେ ସେଭଳି କିଛି…

‘ଅଭିଯୁକ୍ତଙ୍କୁ ଖସାଇବାକୁ ଚାଲିଛି ଉଦ୍ୟମ’

ଖଇରା, ୨୫।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର…

ତଦନ୍ତ ପାଇଁ ବଲାଙ୍ଗୀର ଗଲେ ୫ ଜଣିଆ ଟିମ୍‌

ପାରଳାଖେମୁଣ୍ଡି,୨୫।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶନିବାର ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍‌ ସେଠାରେ ହୋଇଥିବା ବ୍ୟାଚେଲର ପାର୍ଟି ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବଲାଙ୍ଗୀର ଯାଇଛନ୍ତି।…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ: ୫ ବର୍ଷ ପରେ ବି…

ଯାଜପୁର ଅଫିସ/କୋରେଇ/ ରଗଡ଼ି(ଡି.ଏନ.ଏ.),୨୫ା୭: ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା। ଶ୍ରମିକ ଭାବେ…

ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରି ମୃତ ପରିବାରକୁ…

ହାଇଦରଙ୍କ ଅପରାଧିକ ସାମ୍ରାଜ୍ୟର ଅନ୍ତ: ଏନ୍‌କାଉଣ୍ଟରରେ ମୃତ

ବାଲେଶ୍ୱର ଅଫିସ,୨୪ା୭: କୁଖ୍ୟାତ ଅପରାଧୀ ହାଇଦରଙ୍କୁ ଶନିବାର ଅପରାହ୍ନରେ ବାରିପଦା ନିକଟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ତାଙ୍କ ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଆଜି ହାଇଦରଙ୍କୁ ଚୌଦ୍ୱାର ଜେଲ୍‌ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri