ଅପରାଧ

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…

ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ

ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…

ଯୌତୁକ ବାଇକ୍‌ ପୋଡ଼ିଦେଲେ ଦୁର୍ବୃତ୍ତ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ପଞ୍ଚାୟତ ଦାବ୍ରିଗୁଡ଼ା ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାମାହା ନମ୍ବର ଓଡି ୦୮ ଏଲ୍‌ ୭୨୬୨କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ…

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍‌…

ଯୁବକଙ୍କୁ ଗଳାକାଟି ହତ୍ୟା

ବରଗଡ଼ ୨୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବୁଧବାର ବିଳମ୍ବିତ ରାତିରେ ଏକା ହତ୍ୟାକାଣ୍ଡ ଘଟିଛି। ବରଗଡ଼ ପୌର ପରିଷଦ ଅଧୀନ ୧ ନଂ ଓ୍ବାର୍ଡର ମାଳପଡ଼ାସ୍ଥିତ ଏକ ନିର୍ମାଣାଧୀନ ଘର ପାଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ…

କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି : ଭାଜପା

ବାଙ୍ଗାଲୁରୁ,୧୯।୭: ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ବାଙ୍ଗାଲୁରୁରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାଜପା ବିଧାୟକ ଆର୍‌. ଅଶୋକ। କର୍ନାଟକ ଆତଙ୍କବାଦୀଙ୍କ…

ଯୋଧପୁରରେ ଲୋମଟାଙ୍କୁରା ଘଟଣା: ୬ ମାସର ଶିଶୁ ସମେତ ପୁରା ପରିବାରକୁ ହତ୍ୟା କରି ଜାଳିଦେଲେ

ଯୋଧପୁର,୧୯।୭: ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଅନ୍ତା ଜଳାଇଦେବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ…

ଅଢ଼େଇ ବର୍ଷରେ ରାଜ୍ୟ ବାହାରୁ ୪୬ ଗିରଫ

ଭୁବନେଶ୍ୱର,୧୭।୭(ସତ୍ୟଜିତ୍‌ ରାଉତ): ରାଜ୍ୟରେ ଠକେଇ ମାମଲା ବଢ଼ି ଚାଲିଛି। ବିଶେଷକରି ସାଇବର ଠକମାନେ ସବୁଠୁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ କୌଶଳ ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଚାକିରି ଠକେଇ, ଅନ୍‌ଲାଇନ୍‌ ପୋନ୍‌ଜି ସ୍କିମ୍‌, ଚାଇନା ଡିଜିଟାଲ୍‌…

ସୁନ୍ଦରୀ ଝିଅ ଯୋଗାଇବା ନାଁରେ ଲୁଟୁଛନ୍ତି ସାଇବର ଠକ

ଭୁବନେଶ୍ୱର,୧୭।୭(ସୂର୍ଯ୍ୟକାନ୍ତ ବେହେରା): ଟଙ୍କା ଦେଲେ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ସହରରେ ସବୁଠି ସେଟିଂ। ହୋଟେଲରେ ରହିବା, ଖାଇବା ଫ୍ରି। ହୋମ୍‌ ଡେଲିଭରିର ବି ସୁବିଧା ରହିଛି । ପୋଲିସର ଭୟ ନାହିଁ କି ଡରିବାରେ କାରଣ ନାହିଁ। ଦେଶୀ, ବିଦେଶୀ…

ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ

ବରଗଡ଼,୧୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସ୍‌ଆଇ

ଭୁବନେଶ୍ୱର,୧୩ା୭(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନାର ଏଏସ୍‌ଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ସହଯୋଗ କରିବା ପାଇଁ ଏତଲାକାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତାଙ୍କ…

ଭାଇରାଲ ହେଉଛି ଜ୍ୟୋତି-ମନୀଷଙ୍କ ଚାଟ୍‌

ଲକ୍ଷ୍ନୌ,୧୩ା୭: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ବରେଲିରେ ପୋଷ୍ଟ ହୋଇଥିବା ଏସ୍‌ଡିଏମ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଜିଲା କମାଣ୍ଡାଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?