କରୋନା ଭାଇରସ୍‌

ଜର୍ମାନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ବର୍ଲିନ,୩୦ା୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଥିବା ବେଳେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏତିକିବେଳେ ଦୁଃଖରେ ଭାଙ୍ଗିପଡ଼ି ଜର୍ମାନର ହେସେ ପ୍ରଦେଶରେ ଅର୍ଥମନ୍ତ୍ରୀ ଥିବା ଥୋମାସ୍‌ ଚଫେର(୫୪) ଆତ୍ମହତ୍ୟା କରିଛନ୍ତି। କରୋନା ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ…

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୬ଶହ, ୧୭ ମୃତ୍ୟୁ

ଇସ୍‌ଲାମାବାଦ,୩୦।୩: ପାକିସ୍ତାନରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ୧୦୦ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୬୦୦ରେ। ଏଠାରେ ମୃତ୍ୟୁ ସଂଖ୍ୟା ୧୭ ରହିଥିବା ସୂଚନା ମିଳିଛି। ତେବେ…

‘ଜିରୋ ପେସେଣ୍ଟ’ ଏବେ କରୋନା ମୁକ୍ତ: ତାଙ୍କଠାରୁ ବ୍ୟାପିଥିଲା ମହାମାରୀ !

ବେଜିଂ,୩୦।୩: ଚାଇନାର ଉହାନର ମାଛ ବଜାରର ଚିଙ୍ଗୁଡ଼ି ବିକାଳି ମହିଳାଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ବ୍ୟାପିଥିଲା। ୫୭ ବର୍ଷ ବୟସ୍କ ଓ୍ବିଇ ଗୁଇଜିଆନ୍‌ଙ୍କୁ ଥଣ୍ଡା ହୋଇଥିଲା। ସେ ଏହାକୁ ଅଣଦେଖା କରିଥିଲେ। ଏହା ସାଧାରଣ ଥଣ୍ଡା ବୋଲି ସେ ଧରିନେଇ ଏହାକୁ…

୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମା ଛୁଇଁବ: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ…

ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଦୋକାନ ସମ୍ମୁଖରେ…

ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ। ଏପରିସ୍ଥିତିରେ ଜୀବନମୃତ୍ୟୁର ଦୋଛକିରେ ପଡ଼ିଥିବା ମଣିଷ ଏବେ ନାନା ଗୁଜବ ଓ ଚର୍ଚ୍ଚାକୁ ବିଶ୍ୱାସ…

ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ ଗୋୟଲ ଏବଂ ସୁରେଶ ଅଙ୍ଗଦି ମାସକର ଲେଖାଏ ବେତନ…

୨୦୦ କି.ମି. ଚାଲି କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ କମାଇବା ପାଇଁ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ଦାଦନ ଶ୍ରମିକଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି। ରାଜଧାନୀ ଦିଲ୍ଲୀରୁ ଘରକୁ ଫେରିବା ଲାଗି ଜଣେ ୩୮ ବର୍ଷୀୟ ଯୁବକ ୨୦୦ କିଲୋମିଟର ଚାଲିବା ପରେ ଶନିବାର ସକାଳେ ଦିଲ୍ଲୀ-ଆଗ୍ରା…

ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହିକ୍ରମରେ ସେ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଭାବ ବିନିମୟ କରୁଛନ୍ତି ବୋଲି…

ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବା…

ଭଡ଼ା ମାଗିବେ ନାହିଁ ଘର ମାଲିକ: ଲକ୍‌ଡାଉନ୍‌ ବେଳେ ସମ୍ପୂର୍ଣ୍ଣ ମଜୁରି ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ,୩୦ା୩: କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ପ୍ରଦାନ କରିବେ। ସେମାନଙ୍କ ଦରମାରୁ କାଟଛାଣ୍ଟ କରିବା ଅନୁଚିତ ବୋଲି…

ଓଡ଼ିଶାରେ ଅଟକିଛନ୍ତି ୧୫,୬୦୦ ଶ୍ରମିକ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଫଳରେ ଓଡ଼ିଶାରେ ରାଜ୍ୟ ବାହାରର ୧୫ହଜାର ୬ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟର ବୋଲି ଜଣାପଡିଛି। ଏମାନଙ୍କୁ ୧୦୪ଟି କ୍ୟାମ୍ପରେ ରଖାଯାଇ ଖାଦ୍ୟ ଦିଆଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri