କୋଭିଡ-୧୯: ମ୍ୟାକ୍ଏନ୍ରୋ କରୋନା ପଜିଟିଭ୍
ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍ ଅଧିନାୟକ ପାଟ୍ରିକ୍ ମେକ୍ଏନ୍ରୋ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍ଏନ୍ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ...
ତବଲିଗ୍ ଜମାତ୍ ନେଇ ହରଡ଼ଘଣାରେ ସରକାର !
ନୂଆଦିଲ୍ଲୀ,୧।୪: ଦିଲ୍ଲୀର ନିଜାମୁଦ୍ଦିନ୍ରେ ହୋଇଥିବା ତବଲିଗ୍ ଜମାତ୍ ନେଇ ଏବେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଜମାତ୍ରେ ଯୋଗଦେଇଥିବା ୩୨ଜଣଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବାବେଳେ ୬୯ ଜଣ ଆଇସୋଲେଶନ୍ରେ ରହିଛନ୍ତି। ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ...
ଦ୍ୱିତୀୟ ଦିନରେ ରବି ଟକିଜ୍ ଛକରୁ ମ୍ୟୁଜିୟମ୍ ଛକ ପର୍ଯ୍ୟନ୍ତ ଚାଲିଛି ସାନିଟାଇଜ୍
କଟକରୋଡ, ୧।୪(ଡି.ଏନ୍.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ସାନିଟାଇଜ କାର୍ଯ୍ୟକ୍ରମ। ବୁଧବାର ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ କଳ୍ପନା ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ୪ ଦମକଳ...
କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ
ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ...
ଲକ୍ଡାଉନ୍କୁ ମାନିଲେନି ଶ୍ରମିକ, ଘରକୁ ଫେରିବା ଲାଗି ଭଙ୍ଗା ଗୋଡ଼ରୁ ନିଜେ ଖୋଲିଦେଲେ ପ୍ଲାଷ୍ଟର
ଭୋପାଳ,୧ା୪ : କରୋନା ଭାଇରସ୍କୁ ନେଇ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ପରିସ୍ଥିତିରେ ଘରଦ୍ୱାର ଛାଡ଼ି ରୋଜଗାର ଆଶାରେ ବାହାରେ ଯାଇଥିବା କିଛି ଶ୍ରମିକ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଘରକୁ ଫେରିବା ପାଇଁ ଗାଡ଼ିମୋଟର ନାହିଁ। ଚାରିଆଡ଼େ...
ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !
ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍-ଗ୍ୟୁରିନ୍)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍ ପକ୍ଷରୁ ହୋଇଥିବା ଏକ ସର୍ଭେ...
ଭଦ୍ରକରେ ୪ର୍ଥ କରୋନା ପଜିଟିଭ୍ ପରେ ଖେଳିଯାଇଛି ଆତଙ୍କ, ଯାଞ୍ଚ କଡ଼ାକଡ଼ି
ଭଦ୍ରକ ଅଫିସ,୧ା୪: ଭଦ୍ରକରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ପରେ ସହର ତଥା ଜିଲାରେ ଆତଙ୍କ ଖେଳିଯାଇଛି। ଏବେ ପ୍ରଶାସନ କଠୋର ହୋଇଛି। ବୁଧବାର ସକାଳୁ ପୁରୁଣା ବଜାର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଯାତାୟାତ ଉପରେ ସ୍ଥାନୀୟ ପୋଲିସ ପ୍ରତିବନ୍ଧକ...
ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ
ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ...
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ
ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍ ଆହ୍ବାନ ଦେଇଛନ୍ତି। କରୋନା...
୩ ଦିନରେ ୨ ଗୁଣା ହେଲା ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଗଲାଣି ୪,୦୭୬ଙ୍କ ଜୀବନ
ଓ୍ବାଶିଂଟନ,୧।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୭୬ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୮୬୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଏଠାରେ...
ଭାରତର ୨୯ ରାଜ୍ୟରେ ୧,୬୫୭ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟାବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ପ୍ରତିିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶର ୨୯ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୫୭ରେ ପହଞ୍ଚିଛି। ଗୋଟିଏ ଦିନରେ ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ୨୭୨...
ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍
ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ...
Archives


