ଭେଣ୍ଟିଲେଟର ଯୋଗାଣ ବିଳମ୍ବରୁ ଚାଇନାରେ ବଢ଼ିଥିଲା ମୃତ୍ୟୁସଂଖ୍ୟା
ବେଜିଂ,୧୨।୪(ପି.ଟି.): ଚାଇନାରେ ଉପଯୁକ୍ତ ସମୟରେ ଯଥେଷ୍ଟ ଭେଣ୍ଟିଲେଟର ଯୋଗାଣ ହୋଇଥିଲେ କରୋନାଜନିତ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇ ପାରିଥାନ୍ତା ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ସେଠାରେ କରୋନାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି ସେଥିରୁ ୨୦ ପ୍ରତିଶତଙ୍କୁ ଯାନ୍ତ୍ରିକ ଭେଣ୍ଟିଲେଟର ଓ ରେସ୍ପିରେଟୋରି…
ପଶ୍ଚିମବଙ୍ଗରେ ଲକ୍ଡାଉନ ଉଲ୍ଲଂଘନ
ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ ଅନୁମତି ମିଳିଥିବାବେଳେ ଧର୍ମୀୟ ସମାବେଶକୁ ପୋଲିସ ଅନୁମତି ଦେଉଥିବା ଖବର ମିଳିଛି। ଏହାର ପ୍ରତିବାଦରେ…
ଲକ୍ଡାଉନ ହୋଇ ନ ଥିଲେ ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ସଂକ୍ରମଣ
ନୂଆଦିଲ୍ଲୀ,୧୨।୪(ଆଇଏଏନ୍ଏସ୍): ଲକ୍ଡାଉନ ଓ ଅନ୍ୟାନ୍ୟ ପ୍ରତିକାରମୂଳକ ପଦକ୍ଷେପ ଯୋଗୁ ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ରହିଛି। ତାହା ହୋଇ ନ ଥିଲେ ଏପ୍ରିଲ ୧୫ ସୁଦ୍ଧା ଦେଶରେ ସଂକ୍ରମଣ ସଂଖ୍ୟା ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ…
ମହାରାଷ୍ଟ୍ର, କର୍ନାଟକରେ ବଢ଼ିଲା ଲକ୍ଡାଉନ
ମୁମ୍ବାଇ/ ବେଙ୍ଗାଲୁରୁ, ୧୨।୪: ମହାରାଷ୍ଟ୍ର ଓ କର୍ନାଟକରେ ଲକ୍ଡାଉନ୍ ସମୟ ସୀମା ବୃଦ୍ଧି କରାଯାଇଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ସରକାର ଲକ୍ଡାଉନ ସମୟସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲୋକମାନେ ସହଯୋଗ ନ କଲେ ଏହାକୁ ଆହୁରି ବଢ଼ାଯାଇପାରେ ବୋଲି…
ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ
ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍ଡାଉନ୍ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୨୩ରେ ପହଞ୍ଚି ଥିବାବେଳେ ମୋଟ ୨୬୩ ଜୀବନ ଗଲାଣି। କେବଳ ଶନିବାର…
କୋଭିଡ୍-୧୯ ପରୀକ୍ଷଣ: ରାଜଧାନୀର ୫ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ
ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ଭାଇରସ୍ କୋଭିଡ୍-୧୯ ପରୀକ୍ଷଣ ପାଇଁ ଭୁବନେଶ୍ୱରର ୫ ସ୍କୁଲରେ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ଶହୀଦନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ…
ଲକ୍ଡାଉନ ଯୋଗୁ ଏମ୍ଏସ୍ଏମ୍ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ଶନିବାର ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର…
ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ
ସୁନ୍ଦରଗଡ଼,୧୨।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା ପରୀକ୍ଷଣ ରିପୋର୍ଟରେ ୪ଜଣ ପଜିଟିଭ୍ ରହିଥିଲେ। ତେବେ ସେଥିରୁ ୨ଜଣ ସୁନ୍ଦରଗଡ଼ ଜିଲା ବିଶ୍ରା…
‘ମୁକାବିଲା ପାଇଁ ସଚେତନତାକୁ ଗୁରୁତ୍ୱ’
ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଏଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିିଧିମାନଙ୍କୁ ଅବଗତ କରାଇବା ପାଇଁ ଗତ ମାର୍ଚ୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମପଞ୍ଚାୟତ,…
ଓଡ଼ିଶାରେ ଯୁବ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ
ଭୁବନେଶ୍ୱର, ୧୨।୪(ବ୍ୟୁରୋ): ସାରା ବିଶ୍ୱରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ କରୋନା ଅଧିକ ସଂକ୍ରମିତ ହେଉଛି। କିନ୍ତୁ ଓଡ଼ିଶାରେ ମାତ୍ର ୮% ଅର୍ଥାତ ୪ଜଣ ଆକ୍ରାନ୍ତ ୬୦ବର୍ଷରୁ ଅଧିକ ରହିଛନ୍ତି। ଏହା ଓଡ଼ିଶା ପାଇଁ ଭଲ ଲକ୍ଷଣ। ଯେଉଁମାନେ ରିସ୍କ ଫାକ୍ଟରରେ…
ବିନା ଲକ୍ଷଣରେ ବି ରହିପାରେ ଭୂତାଣୁ: ୩୫ ଆକ୍ରାନ୍ତ ପାଖରେ ଦେଖାଯାଉନି ସାଧାରଣ ଲକ୍ଷଣ; ଲକ୍ଡାଉନ୍ ପାଇଁ ମିଳିଛି ସଫଳତା
ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏହାକୁ ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ଇତିମଧ୍ୟରେ ୧ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ…
ମାଛ ଉପରୁ ହଟିଲା ଲକ୍ଡାଉନ କଟକଣା
ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍ଡାଉନ ଜାରି କରିଛନ୍ତି। ଏଥିଯୋଗୁ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡି ଯାଇଛି। ଅନ୍ୟରାଜ୍ୟରୁ ଓଡ଼ିଶାକୁ ମାଛ ଆମଦାନୀ ବନ୍ଦ…
Archives


