କରୋନା ଭାଇରସ୍‌

ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ ଅଧିକ ସମୟ ଲାଗୁଛି। ନୂଆ ମାମଲା ବୃଦ୍ଧି ହାର ୬ ପ୍ରତିଶତ ରହିଛି ଯାହା…

ଭାରତରେ ଗଲାଣି ୮୨୩ ଜୀବନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୧୩୧ରେ ପହଞ୍ଚି ଥିବାବେଳେ ୮୨୩ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା…

ଗରିବଙ୍କୁ ଆହାର ଲାଗି ଜମି ବିକିଲେ

ବେଙ୍ଗାଲୁରୁ,୨୬।୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାର ରହୁଛନ୍ତି। ଏଭଳି ସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା…

ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ ୧୦ କୋଟି ଶିଶୁ

ଜେନେଭା, ୨୬।୪: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳିସ୍ଥିତିରେ ଲୋକମାନେ ସୁସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବା ଟିକାକରଣ କରାଉନାହାନ୍ତି। କରୋନା ଭୟରେ ଶିଶୁଙ୍କ ପରିବାର ଲୋକେ ମେଡିକାଲ ଯାଉ…

୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର ନ୍ୟୁୟର୍କକୁ ଦେଖାଗଲେ, ଏଠାରେ ପ୍ରାୟ ୨ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୨୧…

ରାଉରକେଲାର ୩ ନୂଆ ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ତେବେ ଏସବୁ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲା ରାଉରକେଲାର। ଏମାନଙ୍କ ମଧ୍ୟରେ ଜଣେ ୨୩ବର୍ଷୀୟ…

CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ ଏମାନେ କଲିକତା ଫେରନ୍ତା ବୋଲି ଶନିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟରୁ…

ହୋମ କ୍ବାରାଣ୍ଟାଇନରେ ଥାନା ଅଧିକାରୀ

ବରଗଡ଼ ଅଫିସ୍‌,୨୫।୪- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ହୋମ କ୍ବାରାଣ୍ଟାଇନରେ ରହିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଥାନା ଅଧିକାରୀ ଗୋଚ୍ଛାୟତ ଏକ ଚାରିଚକିଆ ଗାଡ଼ିରେ ଗତ ୧୬ତାରିଖ ବାଲେଶ୍ୱର ଜିଲାକୁ ଯାଇଥିଲେ।…

ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା

ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା…

ଆଉ ୩ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କଲେ ରାଜ୍ୟ ସରକାର: ବାଲେଶ୍ୱରର ୨, ଭଦ୍ରକର ଜଣେ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ରାଜ୍ୟ ସରକାର ଶନିବାର ସନ୍ଧ୍ୟାରେ  ଆଉ ୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କରିଛନ୍ତି। କିଛି ସମୟ ପୂର୍ବରୁ ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଆଉ ୩ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି…

ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ, ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ୭୩ ନଂ ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ସନ୍ଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଆକ୍ରାନ୍ତ ନଂ ୮୪, ୮୫, ୮୬ ଏବଂ ୮୭ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କୁ ସଂକ୍ରମିତ…

ଆଧାର ବିନା ଓଡ଼ିଶା ମନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାକୁ ଫେରିବାକୁ ଥିଲେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଏଥିପାଇଁ ୨ଟିର ଆବଶ୍ୟକତା ରହିଛି। ପ୍ରଥମଟି ହେଲା ଆଧାର ନଂ । ଦ୍ୱିତୀୟଟି ହେଲା ମୋବାଇଲ ନଂ। ଏହି ଦୁଇଟି ବାଧ୍ୟତାମୂଳକ । ଯଦି ଜଣଙ୍କ ପାଇଁ ଅନ୍ୟ କେହି ରେଜିଷ୍ଟ୍ରେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri