କରୋନା ଭାଇରସ୍‌

ତାତି ବଢ଼ିଲେ କମୁଛି କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ୮୫ ପ୍ରତିଶତ, କର୍ନାଟକରେ ୮୮ ପ୍ରତିଶତ ପାଇଛି ହ୍ରାସ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏବେ ଦେଶରେ ଖରାଦିନ ଆସିଯାଇଥିବାରୁ ତାପମାତ୍ରା ବଢ଼ିବା ସହିତ କରୋନା ସଂକ୍ରମଣ ହାରାହାରି ୮୫ ପ୍ରତିଶତ କମୁଥିବା ପୁଣେର ନ୍ୟାଶନାଲ ଏନଭାର୍ନମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(ନେରି)…

ମୁମ୍ବାଇରୁ ୧୫୦୦ କିମି ଚାଲି ଚାଲି ଘରେ ପହଞ୍ଚିବା ପରେ ଦିନମଜୁରିଆଙ୍କ ମୃତ୍ୟୁ: କରୋନା ରିପୋର୍ଟକୁ ଅପେକ୍ଷା

ଲକ୍ଷ୍ନୌ,୨୯।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ମୁମ୍ବାଇରୁ ୧୫୦୦ କିଲୋମିଟର ଚାଲି ଚାଲି ଉତ୍ତରପ୍ରଦେଶର ଜଣେ ଦିନ ମଜୁରିଆଙ୍କର ଘରେ ପହଞ୍ଚିବା ପରେ ମୃତ୍ୟୁ ଘଟିଛି।…

ଆସିଲା ଖୁସି ଖବର: ମାଙ୍କଡ଼ଠାରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ; ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ଟୀକା ହେବ ପ୍ରସ୍ତୁତ

ଓ୍ବାଶିଂଟନ,୨୯।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କଦେଖାଛି। ଏପରିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ ସମ୍ପନ୍ନ ହୋଇଛଇ। ସିମ୍ପାଜୀ ଶରୀରରୁ ଭୂତାଣୁ ମାଙ୍କଡ଼ଠାରେ ପ୍ରୟୋଗ କରାଯାଇଛି। ଏଥିରେ ସଫଳତା ମିଳିଥିବା ଗବେଷକ କହିଛନ୍ତି।…

CORONAVIRUS UPDATE: ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା, ଅଛନ୍ତି ୨ ପୁରୁଷ, ଜଣେ ଯୁବତୀ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୩ ନୂଆ କରୋନା ପଜିଟିଭ୍‌ଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା…

ବରୀ ଅଞ୍ଚଳରୁ କୋଲକାତା ଫେରନ୍ତାଙ୍କ ସ୍ବାବ୍‌ ସଂଗ୍ରହ କଲା ପ୍ରଶାସନ

ରତ୍ନଗିରି,୨୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳକୁ କୋଲକାତାରୁ ଫେରିଥିବା ୧୪୬ ଜଣ ମଙ୍ଗଳବାର ସୁଦ୍ଧା ନିଜ ନାମ ପଞ୍ଜୀକୃତ କରିଛନ୍ତି। ଏହି ବ୍ଲକ ଅଧୀନସ୍ଥ ୨୬ଟି ପଞ୍ଚାୟତରେ ଥିବା ବ୍ୟକ୍ତିଙ୍କ ସ୍ବାବକୁ ୪ଟି କେନ୍ଦ୍ରରେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।…

ଲକ୍‌ଡାଉନ୍‌ ଯୋଗୁ ମିଳିଛି ସୁଫଳ: ୩୦ ଦିନରେ ଭାରତରେ ୨୨ ହଜାର ସଂକ୍ରମିତ; ଚାଇନାରେ ୭୫ ହଜାର, ଇଟାଲିରେ ଟପିଥିଲା ଲକ୍ଷେ ୨୬ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଛି। ୩୦ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨…

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର, ଦେବଗଡ଼…

କରୋନା ସହାୟତା: ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର, ୨୯।୪(ବ୍ୟୁରୋ): କରୋନା ସହାୟତା ନେଇ ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧୦୦୦ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏହି ଚେକ୍‌କୁ ମହାସଂଘର ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସେନାପତି, ସଂଗଠନ ସମ୍ପାଦକ ପ୍ରଭୁ ପ୍ରସାଦ…

ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ୩୬୦୦ ଭୂତାଣୁ ଉପରେ ପରୀକ୍ଷା ନିରୀକ୍ଷା କରି ସେମାନେ…

CORONAVIRUS UPDATE: ରାଜ୍ୟରେ ଆଉ ୩ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ନୂଆ ପଜିଟିଭ୍‌ମାନେ କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲାର। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ୪୧ଟି…

ଝାରସୁଗୁଡ଼ା ଜିଲାର ଜଙ୍ଗଲ ରାସ୍ତାରେ ପ୍ରବେଶ ନିଷେଧ

ଝାରସୁଗୁଡ଼ା,୨୯।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହା ସହ ପଡୋଶୀ ଜିଲା ସୁନ୍ଦରଗଡ଼ ସହ ସଂଲଗ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri