କରୋନା ଭାଇରସ୍‌

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ୫୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୨୦୧ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି। ସେଥିରୁ ୮୩୬୦ ସୁସ୍ଥ…

ପ୍ରଥମ ଥର ପାଇଁ ମାସ୍କ୍‌ ପିନ୍ଧିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୨।୭: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଆମେରିକାରେ କରୋନା ସଂକ୍ରମଣ ଖବର ଅପେକ୍ଷା ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଟ୍ରମ୍ପ୍‌ ମାସ୍କ୍‌…

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର ବହୁ ପୂର୍ବରୁ ଜାଣିଥିଲା ବୋଲି ହଂକଂର ଜଣେ ଭୂତାଣୁ ବିଜ୍ଞାନୀ କହିଛନ୍ତି। ସରକାରଙ୍କ ଉଚ୍ଚ…

ଏଯାଏ ବାହାରିନି ୪ ସଂକ୍ରମଣର ଟିକା

ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି ନ ଥିବାରୁ କିଏ ପ୍ରଥମେ ବଜାରକୁ ଏହି ଟିକା ଆଣିବ ତାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା…

ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,…

ଚୌଦ୍ୱାର ପୌରାଞ୍ଚଳର ସମସ୍ତ ନମୁନା ନେଗେଟିଭ୍‌

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ.): ଚୌଦ୍ୱାର ପୌର ଅଧିବାସୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଗତ ୮ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୌରପାଳିକାର ସଙ୍ଗରୋଧ କେନ୍ଦ୍ର ଓ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ୧୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଶନିବାର ସମସ୍ତ ନମୁନା…

ଅଗଷ୍ଟ ୧୮ରୁ ସିପିଏଲ୍‌ ଟି୨୦ ଲିଗ୍‌ ଆରମ୍ଭ

ନୂଆଦିଲ୍ଲୀ,୧୧।୭: କୋଭିଡ୍‌-୧୯ ମହାମାରୀର ପ୍ରକୋପ୍‌ ଜାରି ରହିଥିବା ବେଳେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଛି। ଏବେ ଆଉ ଏକ ହାଇପ୍ରୋଫାଇଲ ଟି୨୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟକ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିୟାନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)।…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କରିଛି। ଏ ନେଇ କ୍ରିକେଟ ଆୟର୍ଲାଣ୍ଡ ସୂଚନା ଦେଇଛି। କୋଭିଡ୍‌-୧୯ ପ୍ରୋଟୋକଲ ଓ…

ଆମେରିକାରେ ସ୍ଥିତି ଅଣାୟତ୍ତ: ୨୪ ଘଣ୍ଟାରେ ୭୦ ହଜାର ନୂଆ ଆକ୍ରାନ୍ତ

ଓ୍ବାଶିଂଟନ, ୧୧।୭: କରୋନା ମହାମାରୀ ସଂକ୍ରମଣରେ ଆମେରିକାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ପୃଥିବୀରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୦ ହଜାରରୁ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ କିଛିଦିନ ହେଲା ସେ ଜ୍ବରରେ ସଂକ୍ରମିତ ହୋଇ ଔଷଧ ସେବନ କରୁଥିଲେ। ଗୁରୁବାର ତାଙ୍କ…

କରୋନା ଆକ୍ରାନ୍ତ ୨ ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଉଭୟ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଫୋନ୍‌ ଯୋଗେ କଥା ହୋଇଛନ୍ତି। ଉଭୟଙ୍କ…

କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇଲେ କର୍ମଚାରୀ

ଗାନ୍ଧିନଗର,୧୧।୭: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କେତେକ ରାଜ୍ୟରେ କରୋନା ସଙ୍କଟର ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସମୟରେ କରୋନା ରୋଗୀଙ୍କ ସହ ଦୁର୍ବବ୍ୟହାର ଓ ଅବହେଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri