୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍
ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍ ହୋଇ ଯାଇଛି। ଭାରତ ଏବଂ ବାଂଲାଦେଶ ଭଳି ଦେଶରେ…
ତିରୁମାଲା ତିରୁପତି ଦେବସ୍ଥାନମ୍ର ୧୭୦ କର୍ମଚାରୀ କରୋନା ପଜିଟିଭ୍
ତିରୁମାଲା, ୧୯।୭: ତିରୁମାଲା ତିରୁପତି ଦେବସ୍ଥାନମ୍ ମନ୍ଦିରର ୧୭୦ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେମାନଙ୍କ ମଧ୍ୟରେ ୧୮ ପୂଜାରୀ, ୧୦୦ ଜଣ ସୁରକ୍ଷାକର୍ମୀ, ୨୦ ଜଣ ଲଡୁ ପ୍ରସାଦ ପ୍ରସ୍ତୁତକାରୀ ଏବଂ କଲ୍ୟାଣକଟ୍ଟୁର ୨ ଜଣ ରହିଛନ୍ତି।…
CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା
ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୨୫୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ରାଜ୍ୟ…
ଗୋଟିଏ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବା ଆଶଙ୍କା
ନୂଆଦିଲ୍ଲୀ, ୧୯।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିବାର ଆଶଙ୍କା…
ଶେଷବର୍ଷ ପରୀକ୍ଷା ବାତିଲ ଦାବି
ମୁମ୍ବାଇ,୧୯।୭: ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶେଷବର୍ଷର ପରୀକ୍ଷା ସେପ୍ଟେମ୍ବରରେ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଏହାକୁ ଶିବସେନା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏନେଇ ଯୁବମୋର୍ଚ୍ଚା ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍ ପିଟିଶନ ଦାଖଲ କରାଯାଇଛି।…
ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ
ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ ଦେଖାଇ ନେଇପାରିବେ। ସେମାନଙ୍କୁ ଇ-ପିଓଏସ୍ରେ ଆଙ୍ଗୁଳି ଛାପ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଆଦେଶ…
ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍
ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ବାଲୁଗାଁ ମାଛ ମାର୍କେଟକୁ ୭ଦିନ ଲାଗି ଶଟ୍ଡାଉନ ଘୋଷଣା କରିଛନ୍ତି। ଶନିବାର ଠାରୁ ଆସନ୍ତା…
ଗଞ୍ଜାମ ପାଇଁ ନୂଆ ରଣକୌଶଳ ଆପଣାଇଲେ ସରକାର
ଭୁବନେଶ୍ୱର,୧୮।୭(ବ୍ୟୁରୋ)-ଗଞ୍ଜାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି। ବିଶେଷ କରି ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକସେବା ଭବନରେ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ
କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ା ଜିଲା ପ୍ରଶାସନର ସୂଚନା…
ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦୭ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୧୮।୭(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୭୯ ଜଣ ସୁସ୍ଥ ହୋଇଥିବାବେଳେ ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩, ମାଲକାନଗିରିରୁ ୨୧, ପୁରୀରୁ ୧୫, ସୁନ୍ଦରଗଡରୁ ୧୫, ମୟୁରଭଞ୍ଜରୁ ୧୨,…
ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୭୨ ଘଣ୍ଟା ଶଟ୍ଡାଉନ୍
ଠାକୁରମୁଣ୍ଡା,୧୮ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ମଧ୍ୟାହ୍ନରୁ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍ଡାଉନ୍ ନେଇ…
ଭୁବନେଶ୍ୱରରେ ଆଉ ୮୭ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୮।୭(ବ୍ୟୁରୋ)- ଶନିବାର ଭୁବନେଶ୍ୱରରେ ଆଉ ୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୪ହାଇ ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ୪ ଲୋକାଲ କଣ୍ଟାକ୍ଟ କେସ, ଗୌତମ ନଗର ହରିହର ଏନକ୍ଲେଭରୁ ୩…
Archives


