କରୋନା ଭାଇରସ୍‌

ରାଜଧାନୀରେ କରୋନା କାୟା: ଆଜି ଚିହ୍ନଟ ହେଲେ ୧୩୭ ନୂଆ ଆକ୍ରାନ୍ତ, କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଧବାର ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୫୪କୁ ବୃଦ୍ଧି ପାଇଛି। ସେଥିରୁ ୨୦୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭୩ଜଣ ଆକ୍ଟିଭ୍‌ କେସ୍‌…

ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ, ଏକ…

କରୋନାର ମୃତ୍ୟୁ ତାଣ୍ଡବ: ଘଣ୍ଟାଏରେ ନେଉଛି ୨୪୭ ଜଣଙ୍କ ଜୀବନ

ଓ୍ବାଶିଂଟନ, ୫।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାର ମୃତ୍ୟୁ ତାଣ୍ଡବ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରଏଟର୍ସର ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁ ପ୍ରତିଘଣ୍ଟାରେ ୨୪୭…

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଘରେ କରୋନା

ନୂଆଦିଲ୍ଲୀ, ୫।୮: ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଗୋଗୋଇଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରଞ୍ଜନ ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ…

ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍‌ଡାଉନ

ଧାମନଗର,୫।୮(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ ବୁଧବାରଠାରୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଧାମନଗର କୋଅପରେଟିଭ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ବାହାରିବା…

କେନ୍ଦୁଜିଆଣି ପଞ୍ଚାୟତକୁ ୭୨ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଠାକୁରମୁଣ୍ଡା,୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତରେ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଦୁର୍ଗୀ ମାରାଣ୍ଡି। ମଙ୍ଗଳବାରଠାରୁ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ୍‌ କରାଯାଇଛି।…

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଜିଲାକୁ

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭାଗ ପକ୍ଷରୁ ସୂଚନା…

ଆଉ ୨ ଦିନରେ ୨୦ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୭ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଆଉ ୨ ଦିନ ମଧ୍ୟରେ…

ଗଞ୍ଜାମ ଏନ୍‌ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ

ଗଞ୍ଜାମ,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍‌ଏସିରେ ଗତ ଜୁନ୍‌ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ l ବର୍ତ୍ତମାନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି।…

କଟକ ଏସ୍‌ସିବି ମେଡିକାଲରେ ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ

କଟକ ଅଫିସ,୫।୮: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ଲାଜମା ସଂଗ୍ରହ ୧୦୦ ୟୁନିଟ ଛୁଇଁଛି। କରୋନା ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି। ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି, ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଉଛି। ପ୍ରକାଶ ଯେ,…

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି। ହେଲେ ଏହି ରୋଗଠାରୁ ମଧ୍ୟ ଆଉ ଏକ…

ଆମେରିକା ସୁଧୁରୁଛି, ଭାରତରେ ଭୟଙ୍କର

ମୁମ୍ବାଇ,୫।୮: ମହାମାରୀ କରୋନା ସାରା ବିଶ୍ୱକୁ ଥରହର କରିପକାଇ ଥିବାବେଳେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଏଠାରେ ୪୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବାବେଳେ ୧.୫୯ ଲକ୍ଷ ଜୀବନ ଗଲାଣି। ତୁଳନାତ୍ମକ ଭାବେ ଦେଖିଲେ ଭାରତ ଆମେରିକାଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri