କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ହେଲେ ସୁସ୍ଥ ହୋଇଥିଲେ ହେଁ ରୋଗୀଙ୍କ…
କରୋନାରୁ ସୁସ୍ଥ ହେବା ପରେ କରନ୍ତୁ ଯୋଗ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସୁସ୍ଥ ହୋଇଥିବା ଆକ୍ରାନ୍ତ ଘରକୁ ଫେରି…
ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷର ଜୀବନ ବୀମା
ପଣଜୀ, ୧୩।୯: ଏଣିକି ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏନେଇ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣରେ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ସେମାନଙ୍କର…
ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ
ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯିବା। ପୁଣେରେ ଏମିତି ଜଣେ କରୋନା ଆକ୍ରାନ୍ତଙ୍କ ସହ…
ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ
ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର ନିକଟ ବିମଳାଦେବୀ ସେବାଶ୍ରମର ୧୧ ଜଣ ଅନ୍ତେବାସୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଶିଶୁ…
ଆଜି ଆଉ ୧୦ ଜୀବନ ନେଲା କରୋନା, ୬୨୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୦ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧରୁ ୩ କରୋନା ଆକ୍ରାନ୍ତଙ୍କ…
CORONAVIRUS UPDATE: ରାଜ୍ୟରୁ ଆଜି ୩,୯୧୩ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ବୃଦ୍ଧି
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ମୋଟ୍ ୩୦ ଜିଲାରୁ ୩,୯୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨,୩୪୮…
୧୧ଦିନରେ ୧୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା
ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୧୧ ଦିନରେ ଦେଶରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ହଜାରେରୁ ଅଧିକ ରହୁଛି।…
ସୋମବାର ମୌସୁମୀ ଅଧିବେଶନ: କରୋନା ପାଇଁ ସର୍ବଦଳୀୟ ବୈଠକ ମନା
ନୂଆଦିଲ୍ଲୀ, ୧୩।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରତି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥାଏ। ତେବେ ଚଳିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଛି।…
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୨୧୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୮୧, କଟକରୁ ୨୭୫, ବରଗଡରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨,…
କେନ୍ଦ୍ରାପଡା ବିଧାୟକ ଶଶୀ ବେହେରାଙ୍କୁ କରୋନା
ଭୁବନେଶ୍ୱର,୧୨।୯-କେନ୍ଦ୍ରାପଡା ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ କୋଭିଡ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ତାଙ୍କ ଫେସ୍ବୁକ ପେଜରେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ…
ଭୁବନ ଥାନାରେ ପଶିଲା କରୋନା : ୮ କର୍ମଚାରୀ ପଜିଟିଭ ଚିହ୍ନଟ
ଭୁବନ,୧୨।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ଭୁବନ ଥାନାର ୮ ଜଣ କର୍ମଚାରୀ ଶନିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଜଣେ କନେଷ୍ଟବଳ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଥାନାର ସମସ୍ତ କର୍ମଚାରୀ ଶନିବାର ଭୁବନ ଡାକ୍ତରଖାନାରେ ଆଣ୍ଟିଜେନ ଟେଷ୍ଟ କରିଥିଲେ। ସେଥିରୁ ୮ ଜଣ…
Archives


