ବାଣିଜ୍ୟ

ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍‌ଓର ଅଡିଟର ନିର୍ବାଚିତ; ୨୦୨୩ ଯାଏ ଦାୟିତ୍ୱରେ ରହିବେ

ନୂଆଦିଲ୍ଲୀ,୪-୬: ଦେଶର ମହାଲେଖା ନିୟନ୍ତ୍ରକ ଏବଂ ପରୀକ୍ଷକ(ସିଏଜି) ରାଜୀବ ମେହର୍ଷି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବାହ୍ୟ ଲେଖା ପରୀକ୍ଷକ ବା ଅଡିଟର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ରହିବ। ସୋମବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ…

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ: ୬ରେ ସୁଧହାର ଘୋଷଣା

ମୁମ୍ବାଇ,୪-୬: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଠାରୁ ୩ ଦିନିଆ ଦ୍ୱିମାସିକ ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଆରମ୍ଭ ହୋଇଛି। ଆସନ୍ତା ୬ରେ ଏହି କମିଟି ମୁଦ୍ରା ନୀତି ଘୋଷଣା କରିବେ। ତେବେ ଏଥର ମୁଦ୍ରାନୀତିରେ ରେପୋ ରେଟ୍‌…

ଶୀର୍ଷ ଟିକସଦାତାଙ୍କୁ ପ୍ରୋତ୍ସାହନ;ମୋଦିଙ୍କ ସହ ମିଳିବ ଚା’ ପିଇବାର ସୁଯୋଗ

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ଶୀର୍ଷ ଟିକସଦାତାଙ୍କୁ ପୁରସ୍କୃତ କରିବା ଲାଗି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଟିକସଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଥବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ…

ବଢୁଛି ବ୍ୟାଙ୍କ ଠକେଇ: ୨୦୧୮-୧୯ରେ ଧରାପଡିଛି ୭୧,୫୦୦ କୋଟି

ମୁମ୍ବାଇ,୪-୬: ଆର୍ଥିକ ବର୍ଷ ୨୦୧୮-୧୯ରେ ୭୧,୫୦୦ କୋଟି ଟଙ୍କାର ୬୮୦୦ ବ୍ୟାଙ୍କ ଠକେଇ ଧରାପଡିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏହାର ପୂର୍ବବର୍ଷ ୨୦୧୭-୧୮ରେ ୪୧,୧୬୭.୦୩ କୋଟି ଟଙ୍କାର ୫୯୧୬ ମାମଲା ସାମ୍‌ନାକୁ ଆସିଥିଲା। ବର୍ଷକ ଭିତରେ ବ୍ୟାଙ୍କ…

ଚଳିତବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ: ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୪-୬: ଟେଲିକମ୍‌ ମନ୍ତ୍ରୀ ଭାବେ ରବିଶଙ୍କର ପ୍ରସାଦ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦୦ ଦିନ ଭିତରେ ୫ଜି ସ୍ପେକ୍ଟ୍ରମ ଟେଷ୍ଟିଙ୍ଗ୍‌ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫ଜି ଏବଂ ଅନ୍ୟ ବ୍ୟାଣ୍ଡ୍‌ ଲାଗି ସ୍ପେକ୍ଟ୍ରମ ନିଲାମ…

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ ସେନ୍‌ସେକ୍ସ ୫୫୩.୪୨ ପଏଣ୍ଟ ବୃଦ୍ଧି ପାଇ ୪୦,୨୬୭.୬୨ରେ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି…

୮୪ ଏୟାରପୋର୍ଟରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ,୩-୬: ସିଭିଲ ଏଭିଏଶନ ସିକ୍ୟୁରିଟି ବ୍ୟୁରୋ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟକୁ ଏପ୍ରିଲରେ ଏକ ସର୍କୁଲାର ପଠାଯାଇଛି। ସାରା ଦେଶର ୮୪ ଏୟାରପୋର୍ଟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ବଡ଼ି ସ୍କାନର ଲଗାଇବାକୁ ଏଥିରେ କୁହାଯାଇଛି। ଏହାପରେ ଯାଞ୍ଚ ଲାଗି ଲଗାଯାଇଥିବା ମେଟାଲ…

ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ନାମ ଏବଂ ଗତ ୫ ବର୍ଷର ସମସ୍ତ ତଥ୍ୟ ଦେବାକୁ…

ଓଏନ୍‌ଜିସି ସବୁଠୁ ଲାଭ ହାସଲକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୩-୬: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)କୁ ପଛରେ ପକାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି) ଲାଭ ହାସଲ କରିବାରେ ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇଛି। ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କମ୍ପାନୀଙ୍କ ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଓଏନ୍‌ଜିସିର ନିଟ୍‌…

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ ସିଂ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜ୍‌ର କର୍ମଚାରୀଙ୍କୁ କମ୍ପାନୀ…

ଗୋଷ୍ଠୀ ଗଠନ କରି ଲୁଟିଛନ୍ତି ଆଇଏଫ୍‌ଆଇଏନ୍‌; ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩-୬: ପ୍ରାୟ ୯୦ ହଜାର କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ମୂଳ ତଥା ଏକାଧିକ ସହଯୋଗୀ କମ୍ପାନୀରେ ଅନିୟମିତତା ହୋଇଛି। ଏହାର ତଦନ୍ତ କରୁଥିବା ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫଆଇଓ) ଏକ ସହଯୋଗୀ…

ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମାନ୍ୟତା ହରାଇଛି। ଏଭଳି ସ୍ଥିତି ଦେଶର ଅଥନୈତିକ କାର୍ଯ୍ୟକଳାପ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?