୪ ଦିନ ଭିତରେ ସଂଶୋଧିତ ଏନ୍ପିଏ ସର୍କୁଲାର
ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର ଜାରି କରିବ। ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆର୍ବିଆଇର…
ଦୋକାନୀ ବ୍ୟବହାର କରିପାରିବେ ଲାପ୍ଟପ୍, କମ୍ପ୍ୟୁଟର
ସରକାର ଖୁଚୁରା ସାର ବିକ୍ରେତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ପିଓଏସ୍ ମେଶିନ ସହିତ ଡେସ୍କଟପ୍ କମ୍ପ୍ୟୁଟର ଓ ଲାପ୍ଟପ୍ ବ୍ୟବହାର କରିବାକୁ ଅନୁମତି ଦେବେ। ବର୍ତ୍ତମାନ ସାର ସବ୍ସିଡି କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପିଓଏସ୍ ମେଶିନ ମାଧ୍ୟମରେ କରାଯାଉଛି। ପିଓଏସ୍…
ଆର୍ଟିଜିଏସ୍,ଏନ୍ଇଏଫ୍ଟିରେ ଲାଗିବନି ଚାର୍ଜ:ଗ୍ରାହକଙ୍କୁ ଆଶ୍ୱସ୍ତି
ମୁମ୍ବାଇ,୭-୬: ରିଜଭର୍ର୍ ବ୍ୟାଙ୍କ ଅନ୍ଲାଇନରେ ଟ୍ରାଞ୍ଜାକଶନ୍ କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରି ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟି ଉପରେ ଲାଗୁଥିବା ଶୁଳ୍କ ବା ଚାର୍ଜକୁ ପ୍ରତ୍ୟାହାର କରିନେଇଛି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଭର୍ନର ଶକ୍ତିକାନ୍ତ…
ବିଶ୍ୱକପ୍ ଦେଖିବା ଲାଗି ଜିଓର ଧମାକାଦାର ଅଫର୍: ସବୁ ମ୍ୟାଚ୍ର ସିଧା ପ୍ରସାରଣ ମାଗଣା
ନୂଆଦିଲ୍ଲୀ,୬।୬: କ୍ରିକେଟ୍ ମ୍ୟାଚ୍ ଲାଇଭ୍ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇଆସୁଛି। ବିଗତ ଆଇପିଏଲ୍ ଏବଂ ବିସିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍ରେ ଏହା ପ୍ରମାଣିତ ହୋଇଛି। ୩୦ କୋଟିରୁ ଅଧିକ ଦର୍ଶକ ଜିଓ ଦ୍ୱାରା ଲାଇଭ୍…
ପାକ୍ ବାୟୁସୀମା ଦେଇ ଭାରତ ଆସିଲା ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ,୬-୬: ପାକିସ୍ତାନ ଏହାର ବାୟୁସୀମାରୁ କଟକଣା ପ୍ରତ୍ୟାହାର କରିନେବା ପରେ ଭାରତୀୟ ଘରୋଇ ବିମାନ ଇଣ୍ଡିଗୋର ପ୍ରଥମ ବିମାନ ସୁରକ୍ଷିତ ଭାବେ ଭାରତରେ ପହଞ୍ଚତ୍ଛି। ପାକିସ୍ତାନ ଅହମ୍ମଦାବାଦ ନିକଟସ୍ଥ ଟେଲେମ ଏଣ୍ଟି ପଏଣ୍ଟକୁ ରବିବାର ସନ୍ଧ୍ୟାରେ ଖୋଲି ଦେଇଥିଲା। ଦୁବାଇରୁ ଦିଲ୍ଲୀ…
ଭାରତର ୭.୫%ବିକାଶ ହାରରେ ବିଶ୍ୱବ୍ୟାଙ୍କ କାଏମ
ନୂଆଦିଲ୍ଲୀ,୬-୬: ଭାରତର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ନିଜର ପୂର୍ବାନୁମାନରେ ଏବେ ସୁଦ୍ଧା କାଏମ ରହିଛି। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଉକ୍ତ ଜିଡିପି ହାରରେ ଭାରତର ଅଭିବୃଦ୍ଧି ଘଟିବ ବୋଲି…
ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି
ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ ଦେଇଛି। ନୂଆ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଜୁଲାଇ ୫ରେ…
ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ସୀତାରାମନ୍
ନୂଆଦିଲ୍ଲୀ,୬-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଜି-୨୦ ଦେଶର ଅର୍ଥମନ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ସମ୍ମିଳନୀରେ ଯୋଗ ଦେବେ। ଜାପାନରେ ଆସନ୍ତା ୮ରୁ ଦ୍ୱିଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ଭାବେ ସୀତାରାମନ୍ଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହେବ।…
ମେ’ରେ ସର୍ଭିସ ସେକ୍ଟର ସର୍ବନିମ୍ନ ସ୍ତରରେ
ନୂଆଦିଲ୍ଲୀ,୬-୬: ଦେଶର ସେବା କ୍ଷେତ୍ର ଗତିବିଧି ବୃଦ୍ଧି ହାର ମେ’ର ଏକ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନିର୍ବାଚନ ଯୋଗୁ ଏହା ପ୍ରଭାବିତ ହୋଇଛି ବୋଲି କୁହାଯାଉଛି। ବୁଧବାର ଜାରି ମାସିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡିଛି। ନିକ୍କେଇ ଇଣ୍ଡିଆ…
ପିଚାଇ, ଫ୍ରିଡ଼୍ମ୍ୟାନଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର
ଓ୍ବାଶିଂଟନ,୬-୬: ଗୁଗଲ ସିଇଓ ସୁନ୍ଦର ପିଚାଇ(୪୬) ଏବଂ ଆମେରିକା ଷ୍ଟକ୍ ଏକ୍ସଚେଞ୍ଜ ନ୍ୟାସ୍ଡ୍ୟାକ୍ ପ୍ରେସିଡେଣ୍ଟ ଆଡେନା ଫ୍ରିଡ୍ମ୍ୟାନଙ୍କୁ ଚଳିତ ବର୍ଷ ଲାଗି ଗ୍ଲୋବାଲ ଲିଡରସିପ୍ ପୁରସ୍କାର ମିଳିବ। ଟେକ୍ନୋଲୋଜି ଉପରେ ଆଧାରିତ ପ୍ରମୁଖ ପ୍ଲାଟଫର୍ମ ଭାବେ ଦୁଇ କମ୍ପାନୀର ଯୋଗଦାନକୁ ଦୃଷ୍ଟିରେ…
ଡେଲ୍,ଜିପ୍,ଏଲ୍ଆଇସି ଦେଶର ଭରସାଯୁକ୍ତ ବ୍ରାଣ୍ଡ
ନୂଆଦିଲ୍ଲୀ,୫-୬: ଲାପ୍ଟପ୍ କମ୍ପାନୀ ଡେଲ୍ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ। ଏହାପରେ ଗାଡ଼ି କମ୍ପାନୀ ଜୀପ ଓ ବୀମା କ୍ଷେତ୍ରର ଶୀର୍ଷ କମ୍ପାନୀ ଏଲ୍ଆଇସି ରହିଛି। ଟିଆର୍ଏର ବ୍ରାଣ୍ଡ ବିଶ୍ୱାସ ରିପୋର୍ଟ ୨୦୧୯ ଅନୁସାରେ ଶୀର୍ଷ ୭ ବ୍ରାଣ୍ଡ ମଧ୍ୟରେ ଏଲ୍ଆଇସି…
ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି
ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ ସୁଦୃଢ କରିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜୁଲାଇ ୫ରେ…

