ବାଣିଜ୍ୟ

ଅକ୍ଷୟ ଶକ୍ତିକୁ ନେଇ ଡବ୍ଲ୍ୟୁଟିଓରେ ମାମଲା;ଭାରତ ସପକ୍ଷ ରାୟକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ,୧୭ -୮: ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବିବାଦ ସମାଧାନ କମିଟି ଦ୍ୱାରା ଅକ୍ଷୟ ଶକ୍ତି ମାମଲାରେ ଭାରତ ସପକ୍ଷରେ ରାୟ ପ୍ରକାଶ ପରେ ଆମେରିକା ଏହାକୁ ବିରୋଧ କରିଛି। ଡବ୍ଲ୍ୟୁଟିଓର ଉପର କମିଟି ନିକଟରେ ଆମେରିକା ରାୟକୁ ଚ୍ୟାଲେଞ୍ଜ କରିଛି। ଆମେରିକାର…

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର ସରକାର ଏହାର ଯାଞ୍ଚ ଆରମ୍ଭ କରିଛି। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନ ଯାଞ୍ଚ ଏଜେନ୍ସି ଡାଇରେକ୍ଟୋରେଟ…

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର ହୋଇଛି, ଯାହା କି ସର୍ବକାଳୀନ ରେକର୍ଡ ସ୍ତର ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ…

୫ ଲକ୍ଷ କୋଟି ଡଲାର ଅର୍ଥନୀତି;ଶାଖାଠୁ ପରାମର୍ଶ ନେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୭ -୮: ଦେଶର ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି କିପ୍ରକାର ପଦକ୍ଷେପ ନେବାକୁ ହେବ ସେଥିଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଶାଖାଗୁଡ଼ିକରୁ ପରାମର୍ଶ ନେବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର…

ରପ୍ତାନି ୨.୨୫% ବୃଦ୍ଧି, ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୬-୮: ଜୁଲାଇରେ ଦେଶର ରପ୍ତାନି ୨.୨୫ପ୍ରତିଶତ ବୃଦ୍ଧି ପାଇ ୨୬.୩୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହି ଅବଧିରେ ଦେଶର ଆମଦାନୀ ୧୦.୪୩ ପ୍ରତିଶତ ହ୍ରାସ ପାଇ ୩୯.୭୬ ବିଲିୟନ ଡଲାର ହୋଇଛି। ଫଳରେ ଦେଶର ବାଣିଜ୍ୟ…

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର ଘୋଷଣା କରିଛି। ଏହି ବିକ୍ରିରୁ କମ୍ପାନୀକୁ ପ୍ରାୟ ୩ ହଜାର କୋଟି ଟଙ୍କା ମିଳିବ।…

ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି

ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏହି କମିଟିରେ…

ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ନିଜକୁ ବିକାଶଶୀଳ ଦେଶ କହି ଫାଇଦା ନେବାରେ ଲାଗିଛନ୍ତି। ଆଗାମୀ ଦିନରେ ଆଉ…

ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ନିର୍ଦ୍ଦେଶ: ଏଟିଏମ୍‌ରେ ଅସଫଳ ଟ୍ରାଞ୍ଜାକଶନକୁ ମାଗଣା ଭାବେ ଧରନି

ମୁମ୍ବାଇ,୧୬-୮: ଏଟିଏମ୍‌ରେ ହେଉଥିବା ଅସଫଳ ଟ୍ରାଞ୍ଜାକ୍‌ଶନ,ବାଲାନ୍ସ ଯାଞ୍ଚ ଅଥବା ନୂଆ ଚେକ୍‌ବହି ନେବା ଭଳି ଅଣ-ନଗଦ କାରବାରକୁ ମାଗଣା ଟ୍ରାଞ୍ଜାକଶନ ଭାବେ ଗଣନା ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି…

ସମର୍ଥ ଯୋଜନାରେ ୪ ଲକ୍ଷ ଲୋକଙ୍କୁ ମିଳିବ ପ୍ରଶିକ୍ଷଣ;ଓଡ଼ିଶା ସମେତ ୧୮ ରାଜ୍ୟ ସହ ବୟନ ଶିଳ୍ପ ମନ୍ତ୍ରଣାଳୟର ଚୁକ୍ତି

ନୂଆଦିଲ୍ଲୀ,୧୫-୮: ବୟନଶିଳ୍ପ କ୍ଷେତ୍ରରେ ଯୁବତୀଯୁବକଙ୍କୁ ଦକ୍ଷ କରିବା ଲାଗି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ‘ସମର୍ଥ ଯୋଜନା’ ହାତକୁ ନିଆଯାଇଛି। ଏହି ଯୋଜନା ଅଧୀନରେ ଦେଶର ୪ ଲକ୍ଷ ଯୁବତୀଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ…

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ୨୩ ମାସରେ ସର୍ବନିମ୍ନ ସ୍ତର କୁହାଯାଉଛି।…

ରେଳଯାତ୍ରୀ, ଟ୍ରାକ୍‌କୁ ସୁରକ୍ଷା ଦେବେ କୋରସ୍‌ କମାଣ୍ଡୋ

ନୂଆଦିଲ୍ଲୀ,୧୫-୮: ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରଥମଥର କମାଣ୍ଡୋ ୟୁନିଟ ତିଆରି କରାଯାଇଛି। ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କମାଣ୍ଡୋଜ ଫର୍‌ ରେଲଓ୍ବେ ସେଫ୍‌ଟି ଅର୍ଥାତ୍‌ ‘କୋରସ’୍‌ କମାଣ୍ଡୋମାନେ ଜମ୍ମୁ-କଶ୍ମୀର, ନକ୍ସଲ ପ୍ରବଣ ତଥା ଉତ୍ତର-ପୂର୍ବ ଭାରତର ରେଳଯାତ୍ରୀ ଓ ରେଳ ଟ୍ରାକ୍‌କୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?