ଅଧସ୍ତନଙ୍କ ୩୮ କୋଟି ହଡପ;ଗୋଲ୍ଡମ୍ୟାନ ସାକ୍ସର ଭିପି ଗିରଫ

ବେଙ୍ଗାଲୁରୁ,୧୧-୯: ଅନ୍‌ଲାଇନ ପୋକର୍‌ ଗେମ୍‌ ଖେଳି ବିଶ୍ୱ ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାକ୍ସର ବେଙ୍ଗାଲୁରୁ ଅଫିସର ଭାଇସ୍‌ ପ୍ରେସିଡେଣ୍ଟ(ଭିପି) ଅଶ୍ୱିନୀ ଝୁନ୍‌ଝୁନ୍‌ଓ୍ବାଲା ବହୁ କୋଟି ଟଙ୍କା ହରାଇଛନ୍ତି। ଏହି ଅର୍ଥ ପରିଶୋଧ କରିବାକୁ ଯାଇ ସେ ଅଧସ୍ତନ କର୍ମଚାରୀଙ୍କ ଆକାଉଣ୍ଟକୁ ବ୍ୟବହାର କରି ପ୍ରାୟ ୩୮ କୋଟି ଟଙ୍କା(୫.୪ ମିଲିୟନ ଡଲାର) ହଡପ କରିନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ମଙ୍ଗଳବାର ମରାଠାହାଲି ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। କମ୍ପାନୀର ଆଇନ ବିଭାଗ ମୁଖ୍ୟ ଅଭିଷେକ ପର୍‌ସିରାଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଙ୍କର ସହଯୋଗୀ ବେଦାନ୍ତ ଫେରାର ହୋଇଯାଇଛନ୍ତି। ପ୍ରାରମ୍ଭିକ ଅଭିଯୋଗ ଅନୁଯାୟୀ, ଝୁନ୍‌ଝୁନଓ୍ବାଲା ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ନିଜ ଅଧୀନରେ ଥିବା ୩ ଜଣ କର୍ମଚାରୀ ଗୌରବ ମିଶ୍ରା, ଅଭିଷେକ ଯାଦବ ଏବଂ ସୁଜିତ୍‌ ଅପ୍ପୈୟାଙ୍କୁ ବ୍ୟବହାର କରିଥିଲେ। ସେମାନଙ୍କୁ ପ୍ରଶିକ୍ଷଣ ଦେବା ବାହାନାରେ ସେ ନିଜ ଆଡକୁ ଆକର୍ଷିତ କରିଥିଲେ। ଝୁନ୍‌ଝୁନଓ୍ବାଲା ସେମାନଙ୍କ କମ୍ପ୍ୟୁଟରରୁ ଲଗ୍‌ ଇନ୍‌ କରିବା ବେଳେ ଅନ୍ୟ କାମରେ ନିୟୋଜିତ କରିଥିଲେ। ପେମେଣ୍ଟ ଫେରସ୍ତ ପାଇବା ଲାଗି ସେଟେଲମେଣ୍ଟ ରିକନ୍‌ସିଲିଏଶନ ସର୍ଭିସର ଆବଶ୍ୟକତା ରହିଥିବାରୁ ଗୌରବଙ୍କୁ ଏଥିପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନୂଆ ନିଯୁକ୍ତି ପାଇଥିବାରୁ ସେ ଏହା ଜାଣି ନଥିବା କହିବା ପରେ ଝୁନ୍‌ଝୁନ୍‌ଓ୍ବାଲା ତାଙ୍କର କମ୍ପ୍ୟୁଟର ବ୍ୟବହାର କରି କମ୍ପାନୀ ଆକାଉଣ୍ଟରୁ ୩୮.୮ କୋଟି ଟଙ୍କା ହଡପ୍‌ କରିନେଇଥିଲେ। ଆଭ୍ୟନ୍ତରୀଣ ତଦନ୍ତ ପରେ ସେ ସବୁ କଥା ମାନି ଯାଇଥିଲେ। ଗୌରବଙ୍କ କମ୍ପ୍ୟୁଟର ମାଧ୍ୟମରେ ସେ ସେପ୍ଟେମ୍ବର ୪ରେ ହଂକଂସ୍ଥିତ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନାରେ ଥିବା ସିନର୍ଜି ଓ୍ବିସ୍‌ଡମ୍‌ ଲିମିଟେଡ ଆକାଉଣ୍ଟକୁ ଉକ୍ତ ଅର୍ଥ ପଠାଇଥିବା ଝୁନ୍‌ଝୁନଓ୍ବାଲା ସ୍ବୀକାର କରିଥିଲେ। ସେ ଅନ୍‌ଲାଇନ ପକର ଖେଳି ୭୦ ହଜାର ଡଲାର ହାରି ଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri