ବାଣିଜ୍ୟ

ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଲାଗି ଜି-୨୦ ଦେଶ ରାଜି

ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ ସ୍ବରୂପ ସ୍ଥିର କରାଯିବ। ଜାପାନର ଫୁକୁଓକାଠାରେ ଜି-୨୦ର ମିନିଷ୍ଟ୍ରିଆଲ ସିମ୍ପୋସିୟମରେ…

ଅଣପାରମ୍ପରିକ ମାଧ୍ୟମରେ ତେଲ ବିକୁଛି ଇରାନ

ତେହରାନ,୯-୬: ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଥିବା ବେଳେ ଇରାନ ଏହାର ଗଳାବାଟ ବାହାର କରି ଅଶୋଧିତ ତେଲ ବିକୁଛି ବୋଲି କହିଛି। ଦେଶର ତୈଳ ମନ୍ତ୍ରୀ ବିଜାନ ନାମଦାର ଜାନଗାନେହ ଏକ ସାକ୍ଷାତକାର ବେଳେ କହିଛନ୍ତି ଯେ, ତାଙ୍କ…

୧୦ରୁ ଏଚ୍‌-୧ବି ଭିଜାର ପ୍ରିମିୟମ ପ୍ରୋସେସିଂ

ନୂଆଦିଲ୍ଲୀ,୯-୬: ଆମେରିକା ନାଗରିକତା ଏବଂ ଆପ୍ରବାସନ ସେବା(ୟୁଏସ୍‌ସିଆଇଏସ୍‌) ଆସନ୍ତା ୧୦ରୁ ଅବଶିଷ୍ଟ ଏଚ୍‌-୧ବି ଭିଜା ଆବେଦନରୁ ପ୍ରିମିୟମ ପ୍ରୋସେସିଂ ଆରମ୍ଭ କରିବ। ଏ ସମ୍ପର୍କରେ ଶୁକ୍ରବାର ବିଳମ୍ବିତ ରାତିରେ ଘୋଷଣା କରାଯାଇଛି। ଗତ ଏପ୍ରିଲ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ବର୍ଷ…

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭ କମିଛି ବୋଲି କୁହାଯାଇଛି। ୨୦୧୭ ଶେଷରେ ଦେଶରେ ଏଟିଏମ୍‌ ସଂଖ୍ୟା ୨,୨୨,୩୦୦ ଥିଲା ବେଳେ…

ବିମାନ ଯାତ୍ରା ହେବ ମହଙ୍ଗା; ଆଦାୟ ହେବ ଏଭିଏଶନ ସିକ୍ୟୁରିଟି ଫି

ନୂଆଦିଲ୍ଲୀ,୯-୬: ବିମାନ ଯାତ୍ରା ପୁନର୍ବାର ମହଙ୍ଗା ହେବାକୁ ଯାଉଛି। କେନ୍ଦ୍ର ସରକାର ଏଭିଏଶନ ସିକ୍ୟୁରିଟି ଫି(ଏଏସ୍‌ଏଫ୍‌) ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ଏବେ ବିମାନ ଯାତ୍ରୀଙ୍କୁ ପାସେଞ୍ଜର ସର୍ଭିସ ଫି ସ୍ଥାନରେ ଏଏସ୍‌ଏଫ୍‌ ଦେବାକୁ ହେବ। ଜୁଲାଇ ପହିଲାରୁ ଏହି ନୂଆ…

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ ଶନିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଏହି ମାଲିସ ସୁବିଧା…

ଶ୍ୟାମ ସୁନ୍ଦର ନାରଙ୍ଗ ଆଇଓବିର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୮-୬: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ନାରଙ୍ଗ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନାଗପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସେ ଆଇଓବିରେ…

ସୁଜୁକିର ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦, ଜିକ୍ସର ଏସ୍‌ଏଫ୍‌

ନୂଆଦିଲ୍ଲୀ,୮-୬: ସୁଜୁକି ମୋଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ଏସ୍‌ଏମ୍‌ଆଇପିଏଲ) ପକ୍ଷରୁ ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦ ଏବଂ ଜିକ୍ସର ଏସ୍‌ଏଫ୍‌ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହାକୁ କମ୍ପାନୀର ସେଲ୍‌ସ ଜେନେରାଲ ମ୍ୟାନେଜର ଦୀପକ ମୁତ୍ରେଜା ବଜାର ପ୍ରବେଶ କରାଇଥିଲେ।…

ରିଲିଫ ପାଣ୍ଠିକୁ ଓରିଏଣ୍ଟାଲ ଇନସ୍ୟୁରାନ୍ସର ୧ କୋଟି

ନୂଆଦିଲ୍ଲୀ,୮-୬: ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଓରିଏଣ୍ଟାଲ ଇନସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ.ଭି.ଗିରିଜାକୁମାର,ଜିଏମ୍‌ ଅତୁଲ ଜିରଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏଥି…

ରେଳ ସପ୍ତାହ ବାର୍ଷିକ ପୁରସ୍କାର ପ୍ରଦାନ;ଖୋର୍ଦ୍ଧା ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍‌ଡ

ଭୁବନେଶ୍ୱର,୮-୬: ପୂର୍ବତଟ ରେଳପଥ ପକ୍ଷରୁ ୬୪ତମ ରେଳ ସପ୍ତାହ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନୀତ…

ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ ଦେବାରେ ଋଣଗ୍ରହିତା ବିଫଳ(ଡିଫଲ୍ଟ)ହେବାର ୩୦ ଦିନ ଭିତରେ ସମ୍ପୃକ୍ତ ବ୍ୟାଙ୍କ ତାଙ୍କ ଆକାଉଣ୍ଟର ସମୀକ୍ଷା…

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ ଆମେରିକାର ସବୁଠାରୁ ଧନୀ ସେଲ୍ଫମେଡ୍‌ ମହିଳା-୨୦୧୯ ତାଲିକା ଜାରି କରାଯାଇଛି। ଏହି ୩ ପ୍ରବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri