ବାଣିଜ୍ୟ

ପୁଞ୍ଜିବଜାରରେ ୧୧,୧୩୨ କୋଟି ଏଫ୍‌ପିଆଇ ନିବେଶ

ମୁମ୍ବାଇ,୧୭-୬: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଜୁନ୍‌ରେ ଅଦ୍ୟାବଧି ଘରୋଇ ପୁଞ୍ଜି ବଜାରରେ ୧୧,୧୩୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟୋରୀ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଜୁନ ୧୪ ତାରିଖ ସୁଦ୍ଧା ଏଫ୍‌ପିଆଇଙ୍କ ପକ୍ଷରୁ ଶେୟାରରେ ୧,୫୧୭.୧୨…

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଳିପାରେ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୭-୬: ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଆଧାରର ମୂଲ୍ୟାଙ୍କନ ଆରମ୍ଭ କରିଛି। ସେମାନଙ୍କର ସର୍ବନିମ୍ନ ପୁଞ୍ଜି ସର୍ତ୍ତ ପାଳନ କରିବାର ଆବଶ୍ୟକତା ରହିଛି। ଏଥିଲାଗି ସରକାର ନିୟମାନୁଯାୟୀ ସେମାନଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସାଧାରଣ ବଜେଟରେ…

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ(ସେବି) ଯାଞ୍ଚ କରୁଛି। ଏମାନଙ୍କ ବିରୋଧରେ ସେବି ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…

ଦେଶରେ ଦରମା ସମସ୍ୟା ରହିଛି: ପାଇ

ବେଙ୍ଗାଲୁରୁ,୧୭-୬: ଭାରତରେ ନିଯୁକ୍ତିର ସମସ୍ୟା ନାହିଁ, ବରଂ ଦରମା ସମସ୍ୟା ରହିଛି ବୋଲି ଇନ୍‌ଫୋସିସ୍‌ର ପୂର୍ବତନ ସିଏଫଓ ତଥା ଶୀର୍ଷ ନିବେଶକ ଟି.ଭି.ମୋହନଦାସ ପାଇ କହିଛନ୍ତି। ତାଙ୍କ ମତରେ ଦେଶରେ କମ୍‌ ଆୟ ହେଉଥିବା ନିଯୁକ୍ତି ସୃଷ୍ଟି ହେଉଛି, ଯାହାକୁ ଡିଗ୍ରୀଧାରୀ…

କମୁଛି ତେଲ ଚାହିଦା, ଧିମାଉଛି ଅର୍ଥନୀତି

ନୂଆଦିଲ୍ଲୀ,୧୬-୬: ଦେଶର ଇନ୍ଧନ(ତେଲ) ଚାହିଦା ମେ’ରେ ଅପରିବର୍ତ୍ତିତ ରହିଛି। ପୂର୍ବବର୍ଷ ଯାହା ଚାହିଦା ଥିଲା ଚଳିତ ବର୍ଷ ଏହି ଅବଧିରେ ତାହା ରହିଥିବାରୁ ଦେଶର ଅର୍ଥନୀତିର ବିକାଶ ହାର ଧିମେଇବାରେ ଲାଗିଛି ବୋଲି ସଙ୍କେତ ମିଳୁଛି। ଔଦ୍ୟୋଗିତ ଉତ୍ପାଦନ ଠାରୁ ଆରମ୍ଭ…

ଟ୍ରେନରେ ମସାଜ ପ୍ରସ୍ତାବ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୧୬-୬: ଭାରତୀୟ ରେଲଓ୍ବେ ପକ୍ଷରୁ ଟ୍ରେନରେ ଯାତ୍ରୀଙ୍କୁ ମସାଜ ଦେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହାକୁ ପଶ୍ଚିମ ରେଲଓ୍ବେ ପ୍ରତ୍ୟାହାର କରିନେଇଛି। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରଠାରୁ ଚାଲିବାକୁ ଥିବା ୩୯ ଟ୍ରେନରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରେଲଓ୍ବେର…

ବାଣିଜ୍ୟ ନିଅଣ୍ଟ ୬ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୬-୬: ଦେଶର ରପ୍ତାନି ମେ’ରେ ୩.୯୩ ପ୍ରତିଶତ ବଢ଼ି ୩୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ ଓ ରସାୟନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଯୋଗୁ ରପ୍ତାନି ବୃଦ୍ଧି ପାଇଛି। ତେବେ ଏହି…

ଏଟିଏମ୍‌ର ସୁରକ୍ଷା ପାଇଁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୬-୬: ଏଟିଏମର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗାଇଡ୍‌ଲାଇନ ଜାରି କରିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଲାଗୁ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବିଫଳ ହେଲେ ସେମାନଙ୍କୁ ଜରିମାନା ଦେବାକୁ ହେବ ବୋଲି ନିର୍ଦ୍ଦେଶରେ…

ନରେଶ ଗୋୟଲଙ୍କୁ ଆଇଟି ସମନ

ନୂଆଦିଲ୍ଲୀ,୧୬-୬: ଜେଟ୍‌ ଏୟାରଓ୍ବେଜ୍‌ର ପ୍ରମୋଟର ନରେଶ ଗୋୟଲଙ୍କ କଥିତ ଟିକସ ଫାଙ୍କି ମାମଲାରେ ଜେରା ପାଇଁ ଆୟକର(ଆଇଟି) ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। କମ୍ପାନୀ ବନ୍ଦ ହୋଇଯିବା ପରେ ଏଥିରେ ହୋଇଥିବା ଅନିୟମିତତା ନେଇ ଆୟକର ବିଭାଗ ପକ୍ଷରୁ ଗୋୟଲଙ୍କୁ…

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା କରିହେବ। ଏହା ପ୍ରଚଳନରେ ଥିବା ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଓ୍ବନ୍‌…

ରବି ମିଶ୍ର ଆର୍‌ବିଆଇ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର

ମୁମ୍ବାଇ,୧୬-୬: ଓଡ଼ିଶାର ଡ.ରବି ଏନ. ମିଶ୍ରଙ୍କୁ ପଦନ୍ନୋତି ଦିଆଯାଇ ରିଜର୍ଭ ବ୍ୟାଙ୍କର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ରୋଜମେରୀ ସେବାଷ୍ଟିଆନଙ୍କ ଅବସର ପରେ ଏହି ପଦଟି ଦୀର୍ଘଦିନ ହେଲା ଖାଲି ପଡିଥିଲା। ଏଥିପୂର୍ବରୁ ମିଶ୍ର କେନ୍ଦ୍ରୀୟ ବ୍ୟାଙ୍କର ରିସ୍କ ମ୍ୟାନେଜମେଣ୍ଟ…

ଜେଇଇ ଆଡଭାନ୍ସରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୧୬-୬(ବ୍ୟୁରୋ): ଶୁକ୍ରବାର ପ୍ରକାଶିତ ଜେଇଇ ଆଡଭାନ୍ସରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନର କଟକ ଏବଂ ଭୁବନେଶ୍ୱର ସେଣ୍ଟରର ଛାତ୍ରୀଛାତ୍ର ସଫଳତା ଧାରା ବଜାୟ ରଖିବାକୁ ସକ୍ଷମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri