୭ ବଡ଼ ସହରରେ ୨୭% ଛୋଟ ହୋଇଛି ଫ୍ଲାଟ୍‌ ସାଇଜ୍‌

ନୂଆଦିଲ୍ଲୀ,୨୪-୯: ଫ୍ଲାଟ୍‌ କିଣିବାକୁ ହାତପାହାନ୍ତରେ ପହଞ୍ଚାଇବା ଲକ୍ଷ୍ୟରେ ବିଲ୍‌ଡର ମାନେ ଫ୍ଲାଟ୍‌ ସାଇଜ୍‌(ଆକାର) କମାଇବା ଆରମ୍ଭ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଦେଶର ୭ ବୃହତ ସହରରେ ରେସିଡେନ୍ସିଆଲ ଫ୍ଲାଟ୍‌ ସାଇଜ୍‌ ୨୭ ପ୍ରତିଶତ ହ୍ରାସ ପାଇଛି ବୋଲି ପ୍ରପର୍ଟି କନ୍‌ସଲ୍‌ଟାଣ୍ଟ କମ୍ପାନୀ ଆନାରକ୍‌ ପକ୍ଷରୁ ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି। ତେବେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନ୍‌ସିଆର୍‌)ରେ ଫ୍ଲାଟଗୁଡ଼ିକର ହାରାହାରି ଆକାର ମାତ୍ର ୬% କମିଛି।
ଆନାରକ୍‌ ଅଧ୍ୟକ୍ଷ ଅନୁଜ ପୁରୀ ସୋମବାର କହିଛନ୍ତି ଯେ, ନଗଦ ସଙ୍କଟ, କ୍ରେତାଙ୍କ ପ୍ରାଥମିକତାରେ ପରିବର୍ତ୍ତନ ଓ ଫ୍ଲାଟ୍‌ ଦାମ ବୃଦ୍ଧି ପାଉଥିବା କାରଣରୁ ଏବେ ଅଧିକ ମାତ୍ରାରେ ବଡ଼ ଫ୍ଲାଟ୍‌ ବିକ୍ରି ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବିଲ୍ଡର ଏବେ ‘ଅତ୍ୟନ୍ତ ଉନ୍ନତ’ ମାର୍କା ଫ୍ଲାଟ୍‌ ନିର୍ମାଣରୁ ଦୂରେଇ ଯାଇଛନ୍ତି। ୭ ପ୍ରମୁଖ ସହରରେ ସେମାନେ ଏବେ ଛୋଟ ଆକାର ଫ୍ଲାଟ୍‌ ନିର୍ମାଣ ଉପରେ ଦୃଷ୍ଟିନିବଦ୍ଧ କରିଛନ୍ତି। ଆନାରକ୍‌ ପକ୍ଷରୁ କୁହାଯାଇଛି ଯେ, ୨୦୧୪ରେ ଦିଲ୍ଲୀ-ଏନ୍‌ସିଆର୍‌, ପୁଣେ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଓ କୋଲକାତାରେ ୧୪୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନିର୍ମାଣ କରାଯାଉଥିଲା। ଏବେ ଏହା ୧୦୨୦ ବର୍ଗଫୁଟ୍‌କୁ ଖସି ଆସିଛି। ଆନାରକ୍‌ର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ଫ୍ଲାଟ୍‌ର ହାରାହାରି ଆକାର ସର୍ବାଧିକ ୪୫% ହ୍ରାସ ପାଇଛି। ୨୦୧୪ରେ ଏହା ୯୬୦ ବର୍ଗଫୁଟ୍‌ ରହିଥିବା ବେଳେ ଏବେ ଏହା ୫୩୦ ବର୍ଗଫୁଟକୁ ଖସିଆସିଛି। ପୁଣେରେ ଏହା ୩୮ ପ୍ରତିଶତ, ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍‌ରେ ଫ୍ଲାଟ୍‌ର ହାରାହାରି ଆକାର କ୍ରମଶଃ ୮,୯ ଓ ୧୨ ପ୍ରତିଶତ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri