ଦେଶରେ ସଂରକ୍ଷିତ ରହିବ ପେମେଣ୍ଟସ ଡାଟା:ଆର୍ବିଆଇ
ମୁମ୍ବାଇ,୨୭-୬: ଘରୋଇ ବଜାରରେ ପେମେଣ୍ଟସ ସଂକ୍ରାନ୍ତ ସମସ୍ତ ଡାଟା କେବଳ ଦେଶ ମଧ୍ୟରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ। ଯଦି କୌଣସି କ୍ଷେତ୍ରରେ ଡାଟା ବିଦେଶକୁ ପ୍ରୋସେସ ହୋଇଥାଏ ତେବେ ତାହା ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟକୁ ଆଣିବା ଉପରେ…
୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। କ୍ୟାବିନେଟର ନିଯୁକ୍ତି କିମିଟି କାନ୍ତଙ୍କ କାର୍ଯ୍ୟକାଳ…
ଡିଜିଟାଲ ବ୍ୟାଙ୍କିଙ୍ଗ୍ ନେଟ୍ଓ୍ବର୍କ ଦୃଢ କରୁଛି ବିଓଆଇ:ସିଇଓ
ଭୁବନେଶ୍ୱର,୨୭-୬(ବ୍ୟୁରୋ): ଲୋକଙ୍କ ବ୍ୟାଙ୍କିଙ୍ଗ ଚାହିଦା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏହାକୁ ଧ୍ୟାନରେ ରଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ) ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ବ୍ୟାଙ୍କ ଷ୍ଟାର ପଏଣ୍ଟ ବିସି ନେଟଓ୍ବର୍କ ଭଳି ଡିଜିଟାଲ…
୫୧ ଗ୍ରାହକଙ୍କ ଭିଟାରା ବ୍ରିଜା ଡେଲିଭରି ଦେଲା ମାରୁତି ସୁଜୁକି
ଭୁବନେଶ୍ୱର,୨୭-୬(ବ୍ୟୁରୋ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ଲୋକପ୍ରିୟ ଏସ୍ୟୁଭି ମଡେଲ ‘ଭିଟାରା ବ୍ରିଜା’ର ସମୂହ ଡେଲିଭରି ପ୍ରଦାନ କରାଯାଇଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଭିଭେକ ସରୋଦ ୫୧ ଗ୍ରାହକଙ୍କୁ ଏହି ମଡେଲର…
ଷ୍ଟର୍ଲିଂ ବାୟୋଟେକ୍ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି
ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ ବିଜନେସ ସମେତ ଜାହାଜ ବାଣିଜ୍ୟ, ବିଜନେସ ଜେଟ ଏବଂ ଲଣ୍ଡନରେ ପ୍ଲସ ପ୍ଲାଟ ଜବତ…
ବନ୍ଦ ହେବନି ବିଏସ୍ଏନ୍ଏଲ୍
ନୂଆଦିଲ୍ଲୀ,୨୭-୬: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ବନ୍ଦ ହେବ ନାହିଁ। ଏହି କମ୍ପାନୀଗୁଡିକର ପୁନରୁଦ୍ଧାର ଲାଗି ବିସ୍ତୃତ ଯୋଜନା ବର୍ତ୍ତମାନ ପ୍ରସ୍ତୁତ ହେଉଛି। ବୁଧବାର ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଦୁଇ…
ଖିଲାପକାରୀଙ୍କ ସମ୍ପତ୍ତି ସୂଚନା ବ୍ୟାଙ୍କକୁ ଦେବ ଆୟକର ବିଭାଗ
ନୂଆଦିଲ୍ଲୀ,୨୭-୬: ଖିଲାପକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ବିଭିନ୍ନ ସ୍ଥାବର ସମ୍ପତ୍ତିର ତାଲିକା ବ୍ୟାଙ୍କ ସହ ଶେୟାର କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବିଭାଗକୁ କହିଛି। ଏହା ହେଲେ ବ୍ୟାଙ୍କଗୁଡିକ ଖିଲାପକାରୀଙ୍କ ସମ୍ପତ୍ତି ତଥା ଅନ୍ୟ ସ୍ଥାନରେ ରହିଥିବା…
ସବୁ କଏନ୍ର ବୈଧତା ରହିଛି:ଆର୍ବିଆଇ
ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା ଅଗ୍ରାହ୍ୟ ପ୍ରକାଶ ନ କରନ୍ତୁ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।…
ଆର୍ବିଆଇ କର୍ମଚାରୀ ୟୁନିୟନର ଦାବି;ଗଭର୍ନର, ଡେପୁଟି ଗଭର୍ନର ଚୟନ କଲେଜିୟମ ଦ୍ୱାରା ହେଉ
ମୁମ୍ବାଇ,୨୬-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କ ଚୟନ ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କର୍ମଚାରୀ ୟୁନିୟନ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏନେଇ ୟୁନିୟନ ପକ୍ଷରୁ ଏକ ବିବୃତି ଜାରି…
ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା
ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏ ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ପଲିସି ଦ୍ୱାରା ପ୍ରାୟ ୫୦…
ଏକାଧିକ ରାଜ୍ୟରେ ଅଫିସ୍ ଥିଲେ ଦେବାକୁ ହେବ ଜିଏସ୍ଟି
ନୂଆଦିଲ୍ଲୀ,୨୬-୬: କୌଣସି କମ୍ପାନୀର ଏକାଧିକ ରାଜ୍ୟରେ ଅଫିସ ଥିଲେ ତାହା ଜିଏସ୍ଟି ଅଧୀନକୁ ଆସିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ଗୋଟିଏ ରାଜ୍ୟର ଅଫିସ୍ରୁ ଅନ୍ୟ ରାଜ୍ୟରେ ଥିବା ଅଫିସକୁ ଯୋଗାଯାଉଥିବା ସେବା ଉପରେ ଜିଏସ୍ଟି ଲାଗୁ ହେବ।…
ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍ସି
ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ, ଚୋକ୍ସିଙ୍କ ନାଗରିକତାକୁ ରଦ୍ଦ କରାଯିବ ଓ ତାଙ୍କୁ ଭାରତ…
Archives


