Categories: ଫୁରସତ

ଫିଟନେସ୍‌ ପାଇଁ ବିଲେଇ ବାଛିଛି ଏମିତି ଉପାୟ, କାରକୁ ମଧ୍ୟ ଛାଡ଼ିଲାନି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ନିଜର ଫିଟ୍‌ନେସ ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ସେ ଏକ କାର ପଛ ପଟେ ଗୋଡ ଦେଇ ବେକକୁ ତଳ ଉପର କରୁୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଫିଟନେସ ଫ୍ରାକ …।’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share