Categories: ଫୁରସତ

୧୨୧ ଫୁଟର ବିଲେଇ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ

ପିଲାଦିନେ ଆମେ ସମସ୍ତେ ରାତିରେ ତାରାମାନଙ୍କୁ ଦେଖୁଥିଲେ। ବେଳେବେଳେ ଏମାନଙ୍କୁ ଗଣୁ ମଧ୍ୟ ଥିଲେ। କେତେବେଳେ ଚଢ଼େଇ, ତ କେତେବେଳେ ମାଙ୍କଡ଼ । ଆଉ କେତେବେଳେ ଭିନ୍ନ ଭିନ୍ନ ଆକୃତିର ପଶୁପକ୍ଷୀ ଆକାଶରେ ଥିବା ପରି ଆମକୁ ଜଣାପଡ଼େ। କିନ୍ତୁ ଆମକୁ ଏକଥା ଜଣା ନ ଥିଲା କି ଏହା ପଛରେ ବିଶ୍ୱର ଏକ ବଡ଼ ରହସ୍ୟ ଲୁଚି ରହିଛି ବୋଲି। ପୃଥିବୀପୃଷ୍ଠରେ ଏମିତି ଅନେକ କଥା ଅଛି, ଯାହା ଆଜିଯାଏ ରହସ୍ୟମୟ ହୋଇ ରହିଛି। ସେମିତି ଏକ ସ୍ଥାନ ହେଉଛି ପେରୁର ନାଜ୍‌କା।
ଏଠାରେ ମରୁଭୂମି ଦେଖିବାକୁ ମିଳେ। ଏହି ସ୍ଥାନରେ ୧୨୧ ଫୁଟ ଲମ୍ବର ଏକ ବିଲେଇ ଦେଖିବାକୁ ମିଳିଛି। ବାସ୍ତବରେ ନୁହଁ ବିଲେଇର ଏକ ରେଖାଚିତ୍ର ଦେଖିବାକୁ ମିଳିଛି। ନାଜ୍‌କା ମରୁଭୂମି ଉପରେ ବିଶେଷଜ୍ଞମାନେ ସାମିଲ ହୋଇ ଏହା ଉପରେ ଏକ ଅନୁମାନ ଲଗାଇଛନ୍ତି। ଏଠାରେ ଥିବା ଏକ ବିଲେଇର ଚିତ୍ର ପ୍ରାୟ ୨୨୦୦ ବର୍ଷ ତଳର। ଏହି ରେଖାଚିତ୍ର ଆଲାସ୍କାରୁ ଆର୍ଜେଣ୍ଟିନା ଆସିବା ରାସ୍ତା ପାର୍ଶ୍ୱରେ ପଡ଼େ। ଏଠାରେ ଥିବା ଏକ ପାହାଡ଼ ଉପରେ ବିଲେଇର ଏକ ବିରାଟକାୟ ରେଖାଚିତ୍ର ଅଙ୍କନ କରାଯାଇଛି। ପାହାଡ଼ ଉପରେ ଅଙ୍କା ଯାଇଥିବା ଏହି ବିଲେଇଟିର ଲମ୍ବ ୧୨୧ ଫୁଟ। ଏହା ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ରେଖାଚିତ୍ର ଦେଖିବାକୁ ମିଳିଛି, ମାତ୍ର ଏତେବଡ଼ ବିଲେଇ ଚିତ୍ର କେବେ ଦେଖିବାକୁ ମିଳି ନ ଥିଲା। କୌଣସି ଆଧୁନିକୀ ଉପାୟରେ ମଧ୍ୟ ଏହା ଅଙ୍କା ଯାଇନାହିଁ। ଯାହାକି ଆଶ୍ଚର୍ଯ୍ୟର ବିଷୟ। କିଛି ସପ୍ତାହ ପୂର୍ବରୁ ପାହାଡ଼ ସଂରକ୍ଷଣ ପାଇଁ ସଫା କରାଯିବା ସମୟରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି। ଲୋକେ ବିଲେଇର ରେଖାଚିତ୍ରକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Share