ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ଲାଗି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ରେଳବାଇର ଏହି ନୂତନ ସୁବିଧା ସହିତ ରେଳ ଯାତ୍ରୀମାନେ ନିଜ ଗୃହପାଳିତ ପ୍ରାଣରମାନଙ୍କୁ ସହଜରେ ଟ୍ରେନରେ ନେଇପାରିବେ। ପଶୁପ୍ରେମୀମାନେ ଏସି-୧ ଶ୍ରେଣୀରେ ସେମାନଙ୍କ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଟିକେଟ ବୁକ କରିପାରିବେ। ଓଜନ ଏବଂ ଦୂରତା ଅନୁଯାୟୀ ଭଡା ପୂର୍ବ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସେମାନଙ୍କର ପୋଷା କୁକୁର କିମ୍ବା ବିଲେଇମାନଙ୍କୁ କୁକୁର ବାକ୍ସରେ ଦ୍ୱିତୀୟ ଶ୍ରେଣୀ ଲଗେଜ ଏବଂ ବ୍ରେକ ଭ୍ୟାନରେ ନେବାକୁ ଅନୁମତି ଦିଆଯାଇଥିଲା।

ରେଳ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଟିଟିଇଙ୍କୁୁ କୁକୁର-ବିଲେଇ ଟିକଟ ବୁକିଂ କରିବାର ଅଧିକାର ମଧ୍ୟ ଦିଆଯାଉଛି। ଏହାପୂର୍ବରୁ ଙ୍‌ଯାତ୍ରୀମାନଙ୍କୁ ଟ୍ରେନରେ ସେମାନଙ୍କ ପୋଷା ପ୍ରାଣୀ ନେବାକୁ ପ୍ଲାଟଫର୍ମରେ ଥିବା ପାର୍ସଲ ବୁକିଂ କାଉଣ୍ଟରରେ ଟିକଟ ବୁକ କରିବାକୁ ପଡୁଥିଲା। ଏହି ସମୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ କୁକୁର ଏବଂ ବିଲେଇମାନଙ୍କ ପାଇଁ ଅନଲାଇନ ଟିକଟ ବୁକିଂ ସୁବିଧା ଆରମ୍ଭ କରିବାକୁ ଚିନ୍ତା କରୁଛି। ଏଥିପାଇଁ ରେଳ ବିଭାଗର ସଫ୍ଟୱେୟାରରେ ପରିବର୍ତ୍ତନ କରାଯାଉଛି, ଯାହା ଦ୍ୱାରା ପ୍ରାଣୀମାନଙ୍କ ପାଇଁ ଅନଲାଇନ ବୁକିଂର ସୁବିଧା ଆରମ୍ଭ ହୋଇପାରିବ। ଏହି ସଫ୍ଟୱେର୍‌ ପରିବର୍ତ୍ତନ ଆରମ୍ଭ ହେବା ମାତ୍ରେ ଏବଂ ି ପ୍ରସ୍ତାବ ଅନୁମୋଦନ ହେବା ମାତ୍ରେ, ଏହା କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri