Categories: ଫୁରସତ

ପେଣ୍ଟିଂ ମାଛ ଖାଇବା ପାଇଁ ଚେଷ୍ଟା କରି ବିଲେଇ ବିଫଳ, ରାଗିକି ଦେଲା ଏମିତି ପ୍ରତିକ୍ରିୟା; ଭାଇରାଲ ହେଉଛି ଫଟୋ

ଚାଇନାର ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ନିର୍ବୋଧ ବିଲେଇ ମାଛ ଖାଇବାକୁ ଚେଷ୍ଟା କରି ବିଫଳ ହେଉଛି। ଆଉ ତା’ ପରେ ଯେତେବେଳେ ଏହା ନକଲି ବୋଲି ଜାଣୁଛି ସେତେବେଳେ ରାଗିକି ଏମିତି କିଛି ଘଟାଇଛି ଯାହା ଦେଖିଲେ ହସି ହସି ଗଡ଼ିବେ।
ସୋସିଆଲ ମିଡିଆରେ ୟୁଜରମାରେ ବିଲେଇଙ୍କ ଭିଡିଓକୁ ଖୁବ୍‌ ଭଲପାଆନ୍ତି। ଯେତେବେଳେ ଏହା କିଛି ଅଜବ ଉପାୟରେ ହୋଇଥାଏ ତାହା ସମସ୍ତଙ୍କୁ ହସର ଖୋରାକ ଯୋଗାଇଥାଏ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ କଳାକାର ମାଛର ଏମିତି ଏକ 3d ପେଣ୍ଟିଂ କରିଛନ୍ତି ଯାହାକୁ ଦେଖି ବିଲେଇଟି ସତ ମାଛ ଭାବି ଏହାକୁ ଖାଇବା ପାଇଁ ଉଦ୍ୟତ ହେଉଛି। ମାତ୍ର ପରେ ଯେତେବେଳେ ଜାଣୁଛି ଏହା ପ୍ରକୃତ ମାଛ ନୁହେଁ, ସେତେବେଳେ ରାଗି କି ମୁହଁ ଫୁଲାଉଛି।
ୟୁଜରମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି।

Share