ମିଳିଲାନି ଚାରିକାନ୍ଧ, ପରିବାରଲୋକେ ଗ୍ରହଣ କଲେନି, ଶେଷରେ…

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ଜାତିପ୍ରଥା ଭଳି କୁସଂସ୍କାର ଏବେ ବି ରହିଛି। ଶୁକ୍ରବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ନିକଟ ବଗର୍ତ୍ତୀଟିକ୍ରା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବିବାହିତା ମହିଳା ପିଙ୍କି ବଗର୍ତ୍ତି ଗତ ୨୭ତାରିଖରୁ ଶବରପଡାର ହିମାଂଶୁ ଭୁଏ ନାମକ ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ସହିତ ଅନ୍ୟତ୍ର ପଳାଇ ଯାଇଥିଲେ । ଶୁକ୍ରବାର ଶବରପଡାର ଏକ ଆମ୍ବଗଛରୁ ଉଭୟଙ୍କ ଶବ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାତ୍ର ଜାତିପ୍ରଥା କଥା ଉଠାଇ ପିଙ୍କିଙ୍କ ଶବକୁ ପରିବାର ଲୋକେ ଗ୍ରହଣ କରି ନଥିଲେ। ପରେ ଅତାବିରା ଥାନା ପୋଲିସଠାରୁ ସୂଚନା ପାଇ ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ତାଙ୍କ ଶବ ସତ୍କାର କରିଥିଲେ । ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି ରମେଶ, ନୀଲେଶ ପଧାନ, ଶେଷଦେବ ପଧାନ ରଞ୍ଜିତ ସାହୁ ପ୍ରମୁଖ ଗୋଡ଼ଭୋଗା ଫାଣ୍ଡି କନେଷ୍ଟବଳ ଅନିତା ଲାକ୍ରାଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ…

ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ, ଡିଜେଲକୁ ନେଇ ବଡ଼ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୫।୫: ସୋମବାର, ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ପଶ୍ଚିମ ଏସିଆରେ ଉତ୍ତେଜନା ସତ୍ତ୍ୱେ, ଘରୋଇ LPG ଏବଂ ଇନ୍ଧନର ଯୋଗାଣ ସ୍ଥିର ଏବଂ ନିରବଚ୍ଛିନ୍ନ ରହିଛି। ପେଟ୍ରୋଲ,…

ଏହି ଦିନ ପର୍ଯ୍ୟନ୍ତ ବର୍ଷା-ପବନ: ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର, ୫ା୫(ବନ୍ଦନା ସେଠୀ):ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। କେବଳ ବୌଦ୍ଧ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିବାବେଳେ…

ଓଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୫।୫(ସୁନିତ୍‌ ମିଶ୍ର):ଓଏଏସ୍‌ ଅଫିସରସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ…

ବଡ଼ ଦୁଃଖଦ ଘଟଣା! କୋଠାରେ ପିଟିହେଲା ବିମାନ, VIDEO ଦେଖିଲେ ଥରି ଉଠିବ ଛାତି

ବ୍ରାସିଲିଆ,୫।୫ : ବ୍ରାଜିଲରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଏକ ବିମାନ ହଠାତ୍ ସେଠାରେ ଏକ କୋଠା ସହିତ ଧକ୍କା ହୋଇଛି । ବ୍ରାଜିଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri