Posted inଜାତୀୟ

କେବଳ ଜାତି ନାଁ ଧରିବା ଅପରାଧ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ,୩୦।୧ : ଅପମାନିତ କରିବା ଉଦ୍ଦେଶ୍ୟ ନ ଥାଇ କେବଳ ଜଣେ ବ୍ୟକ୍ତିଙ୍କ ଜାତି ନାଁ ଧରିବା ଅନୁସୂଚିତ ଜାତି, ଜନଜାତି(ଅତ୍ୟାଚାର ପ୍ରତିକାର) ଆଇନ, ୧୯୮୯ ଅନୁଯାୟୀ ଅପରାଧ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ନିକଟରେ ଟିପ୍ପଣୀ ଦେଇଛନ୍ତି। ଅତ୍ୟାଚାର ଆଇନର ବ୍ୟବସ୍ଥା ଅନୁଯାୟୀ ହାଇକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମାକୁ ଖାରଜ କରିଦେଇଛନ୍ତି।

ନିୟମ ୭ ଅନୁଯାୟୀ ଅତ୍ୟାଚାର ମାମଲାର ତଦନ୍ତ ଡିଏସ୍‌ପିରୁ କମ୍‌ ପାହ୍ୟାର ପୋଲିସ ଅଧିକାରୀଙ୍କ ଦ୍ୱାରା ହୋଇପାରିବ ନାହଁ ବୋଲି ଅଦାଲତ କହିଛନ୍ତି। ଉକ୍ତ ମାମଲାରେ ଜଣେ ସବ୍‌ଇନ୍ସପେକ୍ଟର ତଦନ୍ତ କରିଥିବାରୁ ଏହା ଆଇନର ଉଲ୍ଲଂଘନ। ତେବେ ଅଭିଯୁକ୍ତଙ୍କୁ ଆଇପିସି ଅନୁଯାୟୀ ଆକ୍ରମଣ ଓ ଧମକ ଦେବା ଅପରାଧରେ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ଏମ୍‌. ନାଗପ୍ରସନ୍ନ କହିଛନ୍ତି। ୨୦୨୦ ଜୁନ୍‌ ୧୪ରେ ଏକ କ୍ରିକେଟ ମ୍ୟାଚ୍‌ ପରେ ଦୁଇ ଟିମ୍‌ ମଧ୍ୟରେ ବଚସା ହୋଇଥିଲା। ପରେ ଗୋଟିଏ ଟିମ୍‌ ଓ ସେମାନଙ୍କ ଲୋକମାନେ ଅନ୍ୟ ଟିମ୍‌ର ଦୁଇଜଣଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ତଦନ୍ତ ପରେ ୨୦୨୧ ମାର୍ଚ୍ଚ ୧ରେ ଅତ୍ୟାଚାର ଆଇନ ଏବଂ ଆଇପିସି ଅନୁଯାୟୀ ଚାର୍ଜଶିଟ୍‌ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri