Posted inଜାତୀୟ

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଅନ୍ୟ ପକ୍ଷକାରମାନଙ୍କୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ ଏବଂ ବିଚାରପତି ପି.ଏସ୍‌.ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା ଦାବି ଉପରେ କେନ୍ଦ୍ର ସରକାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ତଥା ଅନ୍ୟମାନଙ୍କୁ ନୋଟିସ ଜାରି କରି ପ୍ରତିକ୍ରିୟା ଲୋଡିଛନ୍ତି।

ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବା ପରେ କୋର୍ଟ ଅନ୍ୟ ଏକ ସମାନ ମାମଲା ସହିତ ତାଲିକାଭୁକ୍ତ କରିଛନ୍ତି।

ସୂଚନାନୁସାରେ, ଆଡଭୋକେଟ କୃଷ୍ଣ କହ୍ନେୟା ପାଲ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ଏଥିରେ ସେ କହିଥିଲେ ଯେ ଜାତି ଭିତ୍ତିକ ସର୍ଭେ ଏବଂ ଜାତି ଭିତ୍ତିକ ଜନଗଣନା ଅଭାବରୁ ସରକାର ପଛୁଆ ବର୍ଗର ସମସ୍ତ ବିଭାଗ ସହିତ କଲ୍ୟାଣ ଯୋଜନାର ଲାଭ ବାଣ୍ଟିବାକୁ ଅସମର୍ଥ। ଏହି ଶ୍ରେଣୀଗୁଡ଼ିକରେ ଓବିସି ଗୁରୁତ୍ୱପୂର୍ଣ୍ଣ ।

ଏହା ସହିତ ସେ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ ଉପଯୁକ୍ତ ତଥ୍ୟର ଅଭାବରେ ସଠିକ ନୀତି ପ୍ରସ୍ତୁତ ହୋଇପାରିବ ନାହିଁ। ୨୦୧୮ ରେ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓବିସି ଜନଗଣନା ଘୋଷଣା କରିଥିଲେ। ସେ କହିଥିଲେ ଯେ୨୦୨୧ ଜନଗଣନା ସମୟରେ ଓବିସି ଜନସଂଖ୍ୟାର ଜନଗଣନା ତଥ୍ୟ ପୃଥକ ଭାବରେ ସଂଗ୍ରହ କରାଯିବ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ୨୦୧୭ ରେ ପ୍ରସ୍ତୁତ ରୋହିନୀ ଆୟୋଗର ରିପୋର୍ଟ ଉପସ୍ଥାପନ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri