ପ୍ରଦୂଷଣ ଯୋଗୁ ହ୍ରାସପାଉଛି କାଜୁବାଦାମ ଉତ୍ପାଦନ

ମହାକାଳପଡ଼ା ,୨୧ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତିଘର, ରାମନଗର ଆଦି ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ଜଙ୍ଗଲରେ କାଜୁବାଦାମ ଫଳ ଯଥେଷ୍ଟ ପରିମାଣରେ ଉତ୍ପାଦନ ହ୍ରାସ ପାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଅଞ୍ଚଳର ରାମନଗର ପଞ୍ଚାୟତ ରାମନଗର, ପିତାପାଟ ଓ ବହାକୁଦ ଗଁାରେ କାଜୁ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ କାଜୁ ଚାରା ୧୯୭୩ ମସିହାରେ ରାଜ୍ୟ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଲଗାଯାଇଥିଲା। ପରେ ୧୯୮୦ରେ ଏହି ଜଙ୍ଗଲ ରାଜ୍ୟ କାଜୁ ନିଗମ ଅଧୀନକୁ ଆସିଲା। ଉକ୍ତ ବର୍ଷଠାରୁ କାଜୁ ନିଗମ ରକ୍ଷଣାବେକ୍ଷଣ କରି ଆସୁଛି। ତେବେ ରାମନଗର ଅଞ୍ଚଳରେ କାଜୁ ଜଙ୍ଗଲରେ ୩୫୪ ଏକରରେ ୧୦ ହଜାର ଗଛ, ପୀତାପାଟରେ ୨୩୩ ଏକରରେ ୫ ହଜାର ଗଛ ଓ ବାହାକୁଦ ଅଞ୍ଚଳରେ ୧୮୨ ଏକରରେ ୫ ହଜାର କାଜୁ ଗଛ ରହିଛି। ସେହିପରି ଏହି କାଜୁ ଜଙ୍ଗଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଜଣେ ସୁପରଭାଇଜର, ୨ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ମହାନଦୀ ଅପରପାର୍ଶ୍ୱର ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ଧୂଳିଗୁଣ୍ଡ ଉଡ଼ିବା ଯୋଗୁ ମହାକାଳପଡ଼ା ବ୍ଲକ ଅଞ୍ଚଳର ଗଛପତ୍ର ଓ ବଉଳରେ ତୈଳାକ୍ତ ଆସ୍ତରଣ ଜମି ଯାଉଛି। ଫଳରେ ଫସଲ ଉତ୍ପାଦନ ହ୍ରାସ ପାଉଛି ବୋଲି ସ୍ଥାନୀୟ ବରଜ ଗ୍ରାମର କାଜୁ ଚାଷୀ ବିଜୟ କୁମାର ସାମଲ କହିଛନ୍ତି। ସରକାର ପଞ୍ଚାୟତର ବରଜ, ବହାକୁଦ ଗଁାର ୧୦ ଜଣରୁ ଅଧିକ ଆଦିବାସୀଙ୍କ ପରିବାର ପ୍ରତି ୨ ଏକର କାଜୁ ଜଙ୍ଗଲ ବଣ୍ଟନ କରିଥିଲେ। ସେମାନେ କାଜୁବାଦାମ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତୈଳାକ୍ତ ଆସ୍ତରଣ କାଜୁ ଗଛର ପତ୍ର ଓ ବଉଳରେ ଲାଗି ରହିବାରୁ କାଜୁ ଫଳ ଓ ମଞ୍ଜି କଳା ପଡ଼ିବା ସହ ଝଡି ପଡ଼ୁଛି। ଫଳରେ କାଜୁ ଉତ୍ପାଦନରେ ବାଧା ସୃଷ୍ଟି ହେବ ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଏହି ଜଙ୍ଗଲକୁ କାଜୁ ନିଗମ ପ୍ରତିବର୍ଷ ନିଲାମ ଦେଇ ରାଜସ୍ବ ପାଉଥିବା ବେଳେ ଜଙ୍ଗଲ ପ୍ରତି ନିଗମର ନିଘା ନାହିଁ। କେତେକ ଅସାଧୁ ବ୍ୟବସାୟୀ ଅନାୟାସରେ ଜଙ୍ଗଲ ଭିତରେ ପଶି କଞ୍ଚା ଗଛ କାଟି ଜାଳେଣି କାଠ ରୂପେ ଜିଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି। ସେହିପରି ନଦୀ ପଥରେ ଡଙ୍ଗା ସାହାଯ୍ୟରେ କଞ୍ଚା ଓ ଶୁଖିଲା କାଜୁ କାଠକୁ ଚାଲାଣ କରାଯାଉଛି। ଅପରପକ୍ଷେ କାଜୁ ଜଙ୍ଗଲକୁ ସ୍ଥାନୀୟ କେତେଜଣ ଲୋକ ଜବରଦଖଲ କରି ବସବାସ କରୁଥିବା ଅଭିଯୋଗ ହେଉଛି। ନିଗମ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଙ୍ଗଲ ଅବକ୍ଷୟ ହେଉଛି। ତେବେ ବହାକୁଦ ଗ୍ରାମ ନିକଟ କାଜୁ ଜଙ୍ଗଲର ବହୁ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି। ୧୯୯୯ ମହାବାତ୍ୟାରେ କାଜୁ ଜଙ୍ଗଲ ପ୍ରଭାବିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ମହାକାଳପଡା ବ୍ଲକ ଉପକୂଳ ରାମନଗରସ୍ଥିତ ରାଜ୍ୟ କାଜୁ ନିଗମ ସୁପରଭାଇଜର ଅଶୋକ କୁମାର ପାତ୍ରଙ୍କୁ ପଚାରିବାରେ ଚଳିତବର୍ଷ ୩ଟି ଯାକ କାଜୁ ଜଙ୍ଗଲକୁ ୩ ଲକ୍ଷ ୨୦ ହଜାର ଟଙ୍କାରେ ନିଲାମ ଦିଆଯାଇଛି। ପୂର୍ବରୁ ଏହି ୩ କାଜୁ ଜଙ୍ଗଲରୁ ୨୦ରୁ ୩୦ଲକ୍ଷ ଟଙ୍କା ରାଜସ୍ବ ମିଳୁଥିଲା। ଅଦ୍ୟାବଧି କାଜୁ ଗଛରେ ବଉଳ ପୋଡ଼ି ଯାଇ ନଷ୍ଟ ହେଉଛି। ଫଳରେ କାଜୁ ନିଲାମଧାରୀମାନେ ବଉଳ ପୋଡ଼ି ନଷ୍ଟ ହେବାରୁ ଅଧିକ ଅର୍ଥରେ ନିଲାମ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚଳିତ ବର୍ଷ କାଜୁ ଜଙ୍ଗଲ ସମସ୍ୟା ଉପରେ ଫଟୋ ଉତ୍ତୋଳନ କରି ରାଜ୍ୟ କାଜୁ ନିଗମ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri