ମୋଟରଯାନ ଆଇନ ସମ୍ପର୍କିତ ମାମଲା ବଢୁଛି

କଟକ ଅଫିସ,୩୧ା୧୦: ବିଭିନ୍ନ କାରଣରୁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମୋଟର ଯାନ ଆଇନ ପାଇଁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବା ଏକ ପ୍ରମୁଖ କାରଣ ପାଲଟିଛି। ବିଶେଷକରି ଇ-ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକମାନେ ଅନେକ କ୍ଷେତ୍ରରେ ଜରିମାନା ଅର୍ଥ ପଇଠ ନ କରି ଅଦାଲତରେ ମାମଲା ଲଢ଼ିବାକୁ ଚାହୁଁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାମଲା ଫଇସଲା ନିମନ୍ତେ ନିମ୍ନ ଅଦାଲତଗୁଡ଼ିକରେ ବିଚାରପତି ସଂଖ୍ୟା କମ୍‌ ଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଣାଯାଇଛି।
ଓଡ଼ିଶା ହାଇକୋର୍ଟରୁ ମିଳିଥିବା ସୂଚନାନୁସାରେ, ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ୨୦୨୧ରେ ମୋଟ ୪,୩୪,୮୧୦ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ମୋଟରଯାନ ଆଇନ ସମ୍ପର୍କିତ ମାମଲାର ସଂଖ୍ୟା ଥିଲା ୩୩,୯୭୪। ସେହିପରି ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୩,୮୯,୪୦୧ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୫୬,୪୧୩ଟି ମାମଲା ମୋଟରଯାନ ଆଇନଜନିତ ଇ-ଚାଲାଣରୁ ପଞ୍ଜୀକୃତ ହୋଇଛି। ୨୦୨୧ରେ ୫୩,୬୮୮ ଦେୱାନୀ ଓ ୧,୮୪,୯୦୦ ଫୌଜଦାରି ମାମଲା ଫଇସଲା ହୋଇଥିଲା। ସେହିପରି ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୭,୩୬୫ଟି ଦେୱାନୀ ଓ ୨,୬୪,୩୦୧ଟି ଫୌଜଦାରି ମାମଲା ଫଇସଲା ହୋଇଛି, ଯାହାକି ମାମଲା ଫଏସଲା ହାର ୨୦୨୧ ଅପେକ୍ଷା ୨୦୨୨ରେ ୩୯% ଅଧିକ ହୋଇଛି। ୨୦୨୧ରେ କୋଭିଡ୍‌ ଜନିତ କାର୍ଯ୍ୟନିର୍ଘଣ୍ଟ କମ୍‌ ହେବାରୁ ଅଧିକ ମାମଲା ଫଇସଲାରେ ବାଧକ ସାଜିଥିଲା। ହେଲେ ୨୦୨୨ ସେପ୍ଟେମ୍ବର ମଧ୍ୟରେ ୪୫ଟି କାର୍ଯ୍ୟ ଦିବସ ଯାହାକି ୨,୧୪,୧୭୬ କାର୍ଯ୍ୟନିର୍ଘଣ୍ଟ ବିଭିନ୍ନ କାରଣରୁ ନଷ୍ଟ ହୋଇଥିଲେ ବି ମାମଲା ଫଇସଲା ହାର ବୃଦ୍ଧି ହେବା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ ହେଉଥିବାକୁ ପ୍ରମାଣିତ କରିପାରିଛି।
ପରିସଂଖ୍ୟାନକୁ ଦେଖିଲେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ମାମଲା ଫଇସଲା କ୍ଷେତ୍ରରେ ଏକ କ୍ରମୋନ୍ନତି ହେଉଥିବା ପରିଲକ୍ଷିତ ହୋଇଛି। ସେହିପରି ୨୦୨୦ରେ ୪୩,୩୫୯ଟି ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୧ରେ ୭୨,୮୦୬ ଏବଂ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୯,୮୩୨ଟି ମାମଲାର ରାୟ ପ୍ରକାଶ ହେବା ନିମ୍ନ ଅଦାଲତଗୁଡ଼ିକର କ୍ରିୟାଶୀଳତାକୁ ଦର୍ଶାଉଛି।
ଅପରପକ୍ଷରେ ବିଳମ୍ବିତ ବିଚାର ପ୍ରକ୍ରିୟା ପାଇଁ ଅନ୍ୟତମ ବାଧକ ହୋଇଛି ବିଚାରପତିଙ୍କ ଅଭାବ। ନ୍ୟାୟିକ ବ୍ୟବସ୍ଥା ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କଲେ ମାମଲାର ବିଚାର ଓ ଫଇସଲା ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା। ୨୦୨୧ରେ ରାଜ୍ୟର ବିଚାର ବିଭାଗୀୟ ଅଧିକାରୀ ପଦବୀ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ ଅଧିକାରୀ କାର୍ଯ୍ୟରତ ଥିଲେ। ୨୦୨୨ରେ ଏହି ପଦବୀ ସଂଖ୍ୟା ବୃଦ୍ଧି ପାଇ ୯୭୭ରେ ପହଞ୍ଚତ୍ ଥିବାବେଳେ ୭୭୬ ଜଣ ଅଧିକାରୀ ନିଯୁକ୍ତ ଅଛନ୍ତି। ବିଚାରପତିଙ୍କ ସଂଖ୍ୟା ଉପରେ ମାମଲା ଫଇସଲାର ପରିମାଣ ନିର୍ଭର କରୁଛି। ୨୦୨୧ରେ ଜଣେ ବିଚାରପତି ପିଛା ୩୧୧ଟି ମାମଲା ଫଇସଲା ପାଇଁ ରହୁଥିବାବେଳେ ୨୦୨୨ରେ ଏହା ୪୨୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri