ବିଶ୍ୱରଞ୍ଜନ, ବର୍ଷା, ସ୍ମୃତିରେଖା, ବବିତାଙ୍କ ନାମରେ ମାମଲା

ଯାଜପୁର,୨୯ା୫(ହର୍ଷବର୍ଦ୍ଧନ ବେହେରା):ଭାରତୀୟ ଗଣତନ୍ତ୍ର ପାଇଁ ରାଜନୀତିର ଅପରାଧୀକରଣ ଉଦ୍‌ବେଗର ବିଷୟ। ଏହାସହ ପ୍ରାର୍ଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ରାଜନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହିକ୍ରମରେ ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବିଜେଡି, ଭାଜପା ଓ କଂଗ୍ରେସର ୪ ପ୍ରାର୍ଥତ୍ଙ୍କ ନାମରେ ଏକାଧିକ ମାମଲା ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପ୍ରାର୍ଥୀମାନେ ଦୈନିକ ଖବରକାଗଜରେ ବିଜ୍ଞାପନ ଦେଇ ଜନସାଧାରଣଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସେହି ପ୍ରାର୍ଥୀମାନେ ଅଳ୍ପ ଛପା ଯାଉଥିବା କେତେକ ଖବରକାଗଜରେ ବିଜ୍ଞାପନ ଦେଇ ଅଞ୍ଚଳବାସୀଙ୍କୁ ଏକପ୍ରକାର ଅନ୍ଧାରରେ ରଖିଥିବା ମତପ୍ରକାଶ ପାଇଛି।
ସତ୍ୟପାଠରୁ ମିଳିଥିବା ତଥ୍ୟ ଅନୁଯାୟୀ, ବରୀ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନାମରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି। ସେଥିମଧ୍ୟରୁ ବିଭିନ୍ନ ଥାନାରେ ଆଇପିସି ୫୦୭, ୫୦୬, ୨୯୪,୩୨୩ ଭଳି ମାମଲା ରୁଜୁ ହୋଇଛି। ସେହିଭଳି ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ୪୨୦, ୩୪୧, ୧୮୬, ୧୭୦, ୫୦୬, ୨୯୪, ୪୪୮, ୪୬୧, ଆଟ୍ରୋସିଟି ଭଳି ଅନେକ ମାମଲାରେ ଛନ୍ଦି ହୋଇଛନ୍ତି। ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ନାମରେ ବିଭିନ୍ନ ଥାନାରେ ୧୮୮, ୨୬୯, ୨୭୦, ୩୪୧, ୨୯୪, ୩୨୩, ୫୦୬, ୩୭୯, ୪୨୭, ୧୪୩, ୧୪୯, ୩୯୪, ୫୦୭ ଭଳି ମାମଲା ବିଚାରାଧୀନ ରହିଛି। ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ବବିତା ମଲିକଙ୍କ ନାମରେ ୧୪୭, ୩୪୧, ୨୮୩, ୨୯୦, ୨୯୪, ୫୦୬, ୧୪୯ ଭଳି କେତେକ ମାମଲା ବିଚାରାଧୀନ ରହିଛି। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ନାମରେ ମଧ୍ୟ ଏକାଧିକ ମାମଲା ବିଚାରାଧୀନ ଥିବା ସତ୍ୟପାଠରେ ଦର୍ଶାଯାଇଛି।
ଅନ୍ୟପକ୍ଷେ ଯାଜପୁର ଜିଲାର ୧୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ କୋଟିପତି। ସେଥିମଧ୍ୟରୁ ଶିଳ୍ପ ଓ ଖଣି ସମେତ ଲଘୁ ଖଣିଜ ଦ୍ରବ୍ୟ ସମ୍ପଦରେ ଭରପୂର ଥିବା ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀର ସୁକିନ୍ଦା ଓ ଧର୍ମଶାଳାର ୩ ପ୍ରାର୍ଥୀ କ୍ରମାଗତ ଭାବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଏଥର ଯାଜପୁର ଜିଲାର ଗୋଟିଏ ଲୋକ ସଭା ଓ ୭ଟି ବିଧାନସଭା ପାଇଁ ୭୪ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ସେଥିମଧ୍ୟରୁ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି, ସୁକିନ୍ଦା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୨୬.୪୯ କୋଟି ଟଙ୍କା ରହିଛି। ତା’ପରକୁ ଧର୍ମଶାଳା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ(ଜିତୁ) ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରାୟ ୨୨.୨୫ କୋଟି ଟଙ୍କା ଓ ତୃତୀୟରେ ଶିଳ୍ପ ଓ ଖଣି ସମୃଦ୍ଧ ସୁକିନ୍ଦା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରାୟ ୧୭.୩୦ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri