Posted inଜାତୀୟ

ମସଜିଦରୁ ଲାଉଡସ୍ପିକର ହଟାଇବା ମାମଲା: ମନ୍ଦିରରୁ ବି ସୃଷ୍ଟି ହେଉଛି ଉଚ୍ଚ ଶବ୍ଦ, ଆଜାନରୁ ହେଉନି ଶବ୍ଦ ପ୍ରଦୂଷଣ,କହିଲେ ହାଇକୋର୍ଟ…

ଅହମଦାବାଦ,୨୯।୧୧ : ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବାଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଥିଲା। କୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଘୋଷଣା କରିଛନ୍ତି। ମନ୍ଦିରରେ ଆରତି ସମୟରେ କୌଣସି ଶବ୍ଦ ହେଉ ନାହିଁ ବୋଲି ଆବେଦନକାରୀ ଦାବି କରିପାରିବେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏକ ଭୁଲ ଧାରଣା ସହିତ ଏହା ଦାଖଲ ହୋଇଥିବା ଆବେଦନ ବୋଲି କୋର୍ଟ କହିଛନ୍ତି।

ମନ୍ଦିରରେ ଘଣ୍ଟି ଧ୍ୱନି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ । ଆରତି ସମୟରେ ଭୋର ୩ ଟାରେ ମନ୍ଦିରରେ ବାଦ୍ୟଯନ୍ତ୍ର ବଜାଯାଇଥାଏ।ନ୍ତଏହି ସମୟରେ ଶୋଇଥିବା ଲୋକଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରେ ନାହିଁ କି? ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟୀଙ୍କ ଏକ ଡିଭିଜନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଏହା ସହିତ କୋର୍ଟ ଏଭଳି ପିଆଇଏଲଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଏହା ଆଜାନ ଏକ ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ଏବଂ କେବଳ ୫-୧୦ ମିନିଟ ପର୍ଯ୍ୟନ୍ତ ଏହା ହୋଇଥାଏ।

ଏହି ଆବେଦନ ବଜରଙ୍ଗ ଦଳର ନେତା ଶକ୍ତି ସିଂ ଜାଲାଙ୍କ ଦ୍ୱାରା ଦାଖଲ କରାଯାଇଥିଲା। କୁହାଯାଇଥିଲା ଆଜାନରେ ଲାଉଡ ସ୍ପିକର ବ୍ୟବହାର ଶବ୍ଦ ପ୍ରଦୂଷଣର କାରଣ ହୋଇଥାଏ, ଯାହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଏବଂ ସମସ୍ୟା ସୃଷ୍ଟି କରିଥାଏ। ବିଶେଷକରି ପିଲାମାନଙ୍କର ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ।ଏହି ଦାବି ପଛରେ କୌଣସି ବୈଜ୍ଞାନିକ ଆଧାର ନାହିଁ ବୋଲି କୋର୍ଟ କହିଛନ୍ତି।

ମସଜିଦଗୁଡିକରେ ଆଜାନ ସମୟରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ। ମନ୍ଦିରଗୁଡ଼ିକରେ ଲାଉଡ ସ୍ପିକରରେ ଆରତି ମଧ୍ୟ କରାଯାଏ। କୋର୍ଟ କହିଛନ୍ତି ଯଦି ଆଜାନ ଶବ୍ଦ ପ୍ରଦୂଷଣର କାରଣ ହୁଏ ତେବେ ଆରତି ସମୟରେ ବାଦ୍ୟଯନ୍ତ୍ର କାହିଁକି ବ୍ୟବହୃତ କରାଯାଉଛି? ଆଜାନ କେବଳ ୧୦ ମିନିଟ ପର୍ଯ୍ୟନ୍ତ ରହିଥାଏ, ଏହା ଦ୍ୱାରା ଶବ୍ଦ ପ୍ରଦୂଷଣ କିପରି ହେବ?

 

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri