Posted inଜାତୀୟ

ନିର୍ବାଚନରେ ମାଗଣା ଉପହାର ଦେବା ମାମଲା, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୬।୭ : ର୍ନିବାଚନ ସମୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ଉପହାର ପ୍ରଦାନ ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇ କହିଛନ୍ତି ଯେ କାହିଁକି ସରକାର ଏହି ପ୍ରସଙ୍ଗରେ ଦ୍ୱିଧା କରୁଛନ୍ତି? ଏନେଇ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏହା ଏକ ଗମ୍ଭୀର ପ୍ରସଙ୍ଗ କି ନୁହେଁ କି ବୋଲି ସୁପ୍ରିମ୍‌କୋର୍ଟ ପଚାରିଛନ୍ତି। ଏହା ପରେ ଆମେ ସ୍ଥିର କରିବୁ ଏହି ମାଗଣା ସୁବିଧାଗୁଡିକ ଜାରି ରହିବ କି ନାହିଁ । ଫ୍ରିବିଜ ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ବ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଶୀର୍ଷକୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି।

ଏହି ଫ୍ରିବିଜ ଯୋଗୁ ଦେଶର ଅର୍ଥନୀତି ସହିତ ଖେଳାଯାଉଛି। ପ୍ରଧାନ ବିଚାରପତି ଏନଭି ରାମନ, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା କେନ୍ଦ୍ରରୁ ଜବାବ ମାଗିଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବେ। ଆମେ କିଛି କରିପାରିବୁ ନାହିଁ। କେନ୍ଦ୍ର ପକ୍ଷରୁ ଏଏସଜି କେ.ଏମ୍‌. ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହାକୁ କେବଳ ଏଏସଆଇ ଦ୍ୱାରା ସମାଧାନ କରିବାକୁ ପଡିବ । ଏଥିପାଇଁ ରମନା ପ୍ରଶ୍ନ କରିଛନ୍ତି ତୁମେ ଏହା କାହିଁକି ନିଶ୍ଚିତ କରିବ ନାହିଁ ଯେ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ଆୟୋଗଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡିବ?

ମୁଁ ପଚାରୁଛି ଭାରତ ସରକାର ବିଚାର କରୁଛନ୍ତି କି ଏହା ଏକ ଗୁରୁତର ପ୍ରସଙ୍ଗ କି ନୁହେଁ? ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏକ ବିସ୍ତୃତ ଉତ୍ତର ଫାଇଲ କରନ୍ତୁ ବୋଲି ରମନା କହିଛନ୍ତି।

ଏଥି ସହିତ, ରମନା କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲଙ୍କୁ କହିଥିଲେ ଯେ ସେ ଜଣେ ବରିଷ୍ଠ ଏମ୍‌ପି ଏବଂ ଏହାର ସମାଧାନ ପାଇଁ ପରାମର୍ଶ ଦେବା ଉଚିତ। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିବଲ କହିଛନ୍ତି। ଯେତେବେଳେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟନ କରନ୍ତି, ସେତେବେଳେ ଏହା ରାଜ୍ୟର ଋଣକୁ ବିଚାରକୁ ନେବୋ ଜରୁରୀ। ଏହାର ମୁକାବିଲା ପାଇଁ ଅର୍ଥ ଆୟୋଗ ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ବୋଧହୁଏ ଆମେ ଏହି ଦିଗକୁ ଦେଖିବା ପାଇଁ ଆୟୋଗକୁ ଆମନ୍ତ୍ରଣ କରିପାରିବା। ଏଥି ସହ ଆବେଦନକାରୀ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri