ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍‌ ଯାଇଛନ୍ତି। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ଜେଲ୍‌କୁ ପଠାଯାଇଛି।

ସୂଚନା ଅନୁଯାୟୀ, ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏହି ମାମଲାରେ ବିଦ୍ୟାଭାରତୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି।

ଏହି ମାମଲାରେ ପୂର୍ବରୁ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଜେଲ୍‌ରେ ଅଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ରହିଛନ୍ତି। ଏବେ ଏହି ମାମଲାରେ ବିଦ୍ୟାଭାରତୀ ଜେଲ୍‌ ଯିବା ପରେ ଘଟଣାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି।

Dharitri – Odisha’s No.1 Odia Daily

Share