ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ମାମଲା

ସମ୍ବଲପୁର,୧୬ା୨(ବ୍ୟୁରେ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ କ୍ଷେତରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୪୨/୨୧) ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ମମତା ନାଏକ କହିଛନ୍ତି। ଗତ ୧୨ ତାରିଖରେ ଦୁର୍ଗାପାଲିରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବିଧାୟକ ମିଶ୍ର ପହଞ୍ଚତ୍ଥିଲେ। ସେଠାରେ ସେ ତହସିଲଦାର ଅମାତଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ତହସିଲଦାର ଉପଜିଲାପାଳ ମୟୁର ସୂର୍ଯ୍ୟବଂଶୀ ବିକାଶଙ୍କୁ ଜଣାଇଥିଲେ। ଉପଜିଲାପାଳ ଅଫିସରୁ ଚିଠି କରି ଥାନାରେ ଅଭିଯୋଗ କରିଥିଲେ।