ନାବାଳିକାଙ୍କୁ ଟଣାଓଟରା: ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା

ହିଞ୍ଜିଳିକାଟୁ,୧୨।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୂର୍ବତନ ସରପଞ୍ଚ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।

ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ବେଳେ ଶନିବାର ନାବାଳିକାଙ୍କ ଜଣେ ସମ୍ପର୍କୀୟା ହିଞ୍ଜିଳି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଅଭିଯୋଗ ମୁତାବକ, ନାବାଳିକା ଜଣକ ଘର ସମ୍ମୁଖରେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ସେତିକିବେଳେ ପୂର୍ବତନ ସରପଞ୍ଚ ପହଞ୍ଚି ନାବାଳିକାଙ୍କ ହାତ ଧରିବା ସହ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିଲେ। ଏଥିରେ ନାବାଳିକା ଜଣକ ସହମତି ନ ହେବାରୁ ତାଙ୍କୁ ସେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୫୭/୨୩) ରୁଜୁକରି ଘଟଣାର ତଦନ୍ତ ଚଳାଇଛି।