ଅନୁଗୋଳ ଏସ୍‌ଡିପିଓଙ୍କ ନାଁରେ ମାମଲା

ଭୁବନେଶ୍ୱର,୮।୫(ବ୍ୟୁରୋ): ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ନାଁରେ ଆଉଏକ ଗୁରୁତର ଅଭିଯୋଗ ହୋଇଛି। ସ୍ବାମୀ ଅଶ୍ୱିନୀ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାରିଦେବାକୁ ଧମକ ଦେଉଥିବା ନେଇ ସ୍ତ୍ରୀ ମମତା ସାହୁ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଆଇପିସି ଦଫା ୪୯୮ଏ, ୨୩୨, ୫୦୬, ୩୦୭, ୩୪ରେ ମାମଲା (ନଂ.୧୨୫/୨୧) ରୁଜୁ କରାଯାଇଛି। ଏଥିସହ ଯୌତୁକ ନିରୋଧ ଆଇନ ଧାରା-୪ ଲାଗୁ ହୋଇଥିବା ଥାନାଧିକାରୀ ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।
ମମତା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଅଶ୍ୱିନୀ ତାଙ୍କୁ ୧୭ବର୍ଷ ପୂର୍ବେ ବିବାହ କରିଛନ୍ତି। ତାଙ୍କର ଜଣେ ୧୫ ବର୍ଷର ପୁଅ ଅଛି। କିନ୍ତୁ ତାଙ୍କ ସ୍ବାମୀ, ଶାଶୁ, ନଣନ୍ଦଙ୍କ ସହ ନଣନ୍ଦେଇମାନେ ମିଶି ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏପରି କି ବାପାଙ୍କଠାରୁ ୫୦ ଲକ୍ଷ ଟଙ୍କା ସହ ଭୁବନେଶ୍ୱରରେ ଥିବା ୪ ବିଏଚ୍‌କେ ଫ୍ଲାଟ୍‌ ଦେବାକୁ ସେମାନେ ତାଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ନଚେତ ପେଟ୍ରୋଲ ପକାଇ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ସେହିପରି ସ୍ବାମୀଙ୍କ ସହ ସମ୍ପର୍କ ରଖିଥିବା ବିବାଦୀୟ ଥାନା ଅଧିକାରିଣୀ ମଧ୍ୟ ସେମାନଙ୍କ ସହ ମିଶି ତାଙ୍କୁ ଜୀବନରେ ମାରିଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ସ୍ବାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ଏକ ଭିଡିଓ ପୋଲିସକୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମମତା ପୂର୍ବରୁ ମଧ୍ୟ ସ୍ବାମୀ ଅଶ୍ୱିନୀଙ୍କ ନାଁରେ ପରକୀୟାପ୍ରୀତି ଅଭିଯୋଗ ଆଣିଥିଲେ। ଛାଡପତ୍ର ନ ଦେଇ ଅଶ୍ୱିନୀ ଜଣେ ଥାନାଧିକାରିଣୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଗଣମାଧ୍ୟମରେ କହିଥିଲେ। ଏହାପରେ ଅଶ୍ୱିନୀଙ୍କ ମା ଓ ଭଉଣୀ ଏକ ଖବରଦାତା ସମ୍ମିଳନୀ ଡାକି ବୋହୂ ମମତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ। ଶେଷରେ ମମତା ଜାତୀୟ ମାନବାଧିକାର କାଉନସିଲର ସଭାନେତ୍ରୀ ସସ୍ମିତା ଦାସ ଓ ମାମି ସାହୁ ପ୍ରମୁଖଙ୍କ ସହ ଥାନାରେ ପହଞ୍ଚତ୍ ଅଭିଯୋଗ କରିବା ସହ ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri