ଗଛ କଟାକୁ ନେଇ ଥାନାରେ ମାମଲା

ମୋରଡ଼ା,୩୦ା୫(ଡି.ଏନ.ଏ.): ବେଆଇନ ଭାବେ ଗଛ କଟାକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏହି ଥାନା ଅଧୀନ ଗଡିଗାଁ ପଞ୍ଚାୟତ ଫୁଲବାଡ଼ିଆ ଗ୍ରାମର ସୁବାସଚନ୍ଦ୍ର ମହାନ୍ତଙ୍କର ବାପା ଉମାକାନ୍ତ ମହାନ୍ତଙ୍କ ନାମରେ ଥିବା ଏକ ଜମିରୁ ବେତନାସିଆ ଗ୍ରାମର ମନୋରଞ୍ଜନ ମହାନ୍ତ ବାହାର ଲୋକଙ୍କୁ ଆଣି ବିନା ଅନୁମତିରେ ୫ଟି ମୂଲ୍ୟବାନ ଶାଳ ଗଛ କାଟି ନେଇଛନ୍ତି। ଏନେଇ ସୁବାସ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୯୯/୨୩) ରୁଜୁ କରି ତଦନ୍ତ ଜାରି ରଖିଛି।