ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ଅକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସ୍ମୃତି ରଞ୍ଜନ ଷଡଙ୍ଗୀ ଓ ସୁରଜ ଦାଶଙ୍କ ବିରୋଧରେ ଦଫା ୩୪୧, ୨୯୪, ୫୦୬, ୩୨୩, ୩୫୪, ୪୨୭,୩୪ ଆଇପିସି ଧାରାରେ ଏକ ମାମଲା (ନଂ ୪୧/୨୩ )ରୁଜୁ ହୋଇଛି। ଏନେଇ ପୁରୁଷୋତ୍ତମପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଏଥିସହ ତଦନ୍ତ ଲାଗି ଏସ୍‌ଆଇ ରାଜେଶ କୁମାର ଛତ୍ରିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।