‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ ମଧ୍ୟପ୍ରାଚ୍ୟରେ ମେଦବୃଦ୍ଧି କ୍ଷେତ୍ରରେ ଲିଙ୍ଗଗତ ଅସମାନତାକୁ ରେଖାଙ୍କିତ କରାଯାଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉକ୍ତ ପତ୍ରିକା ବିରୋଧରେ ଇରାକୀ ଅଭିନେତ୍ରୀ ଇନାସ୍‌ ତଲେବ ମାମଲା ଦାଏର କରିଛନ୍ତି। କାରଣ ମୋଟୀ ମହିଳାମାନଙ୍କ ମଧ୍ୟରେ ତାଙ୍କୁ ରଖାଯାଇଛି। ୪୨ ବର୍ଷୀୟା ଇନାସ୍‌ କହିଛନ୍ତି, ମହିଳାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ରସଙ୍ଗରେ ତାଙ୍କ ଫଟୋକୁ ଯୋଡ଼ାଯାଇଛି। ଏଥିଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ହୀନସ୍ତା ହେବାକୁ ପଡ଼ିଛି। ‘ଇକୋନୋମିଷ୍ଟ’ କର୍ତ୍ତୃପକ୍ଷଙ୍କଠାରୁ କ୍ଷମା ଓ ଆର୍ଥିକ କ୍ଷତିପୂରଣ ଦାବିରେ ଇନାସ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି। ଏହା ସମସ୍ତ ଆରବୀ ମହିଳାଙ୍କ ପ୍ରତି ଅପମାନ। ଆଗକୁ ଏଭଳି ଫଟୋ ଛାପିବା ପୂର୍ବରୁ ବ୍ରିଟିଶ୍‌ ମାଗାଜିନ୍‌ ବହୁବାର ଚିନ୍ତା କରିବ ବୋଲି ସେ କହିଛନ୍ତି।

Share