ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମାମଲା

ହିନ୍ଦୀ କମେଡି ସିରିଏଲ ‘ତାରକ୍‌ ମେହତା କା ଉଲ୍‌ଟା ଚଷ୍‌ମା’ରେ ବବିତା ଚରିତ୍ରରେ ଅଭିନୟ କରୁଥିବା ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ମୁନ୍‌ମୁନ୍‌ ଏକ ସମ୍ପ୍ରଦାୟ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ନେଇ ଅଭିଯୋଗ ହୋଇଥିଲା। ମେକ୍‌ଅପ୍‌ ସଂକ୍ରାନ୍ତରେ ମୁନ୍‌ମୁନ୍‌ କରିଥିବା ଏକ ଭିଡିଓକୁ ମେ’ ୯ରେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଏଥିରେ ସେ ଜାତିଆଣ ମନ୍ତବ୍ୟ ଦେଇଥିବା ନେଇ ନରେଶ ବୋହିତ୍‌ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ମୁନ୍‌ମୁନ୍‌ ମେ’ ୧୦ରେ ଆଉ ଏକ ଭିଡିଓ କରିଥିଲେ। ଭାଷାଗତ ପ୍ରତିବନ୍ଧକ ଯୋଗୁ ଏପରି ହୋଇଥିବା କହି ସେ କ୍ଷମା ମଧ୍ୟ ମାଗିଥିଲେ।

Share