Categories: ଜାତୀୟ

ମୋହନ ଭାଗବତଙ୍କ ନାଁରେ ମାମଲା

ପାଟନା,୮।୨: ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ପଣ୍ଡିତମାନେ ନିଜର ଫାଇଦା ପାଇଁ ସମାଜକୁ ଭାଗ ଭାଗ କରିଛନ୍ତି ବୋଲି ଭାଗବତ କହିଥିଲେ। ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ପଣ୍ଡିତମାନଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ମୁଜାଫରପୁରର ବରିଷ୍ଠ ଆଇନଜୀବୀ ସୁଧୀର କୁମାର ଓଝା କୋର୍ଟରେ ମାମଲା ଦାଏର କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ। ମୁମ୍ବାଇରେ ରବିଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗବତ କହିଥିଲେ, ଜାତି ପ୍ରଥା ଭଗବାନ ନୁହନ୍ତି ପଣ୍ଡିତମାନେ ସୃଷ୍ଟି କରିଛନ୍ତି। ଭଗବାନ ସମସ୍ତଙ୍କୁ ସମାନ ଗଢ଼ିଥିବାବେଳେ ପଣ୍ଡିତମାନେ ସେମାନଙ୍କ ଫାଇଦା ପାଇଁ ସମାଜକୁ ଜାତି ନାମରେ ଭାଗ ଭାଗ କରିଛନ୍ତି ବୋଲି ଭାଗବତ କହିଥିଲେ।

Share