୩ କଂଗ୍ରେସ ନେତାଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୭ା୧୦ (ସତ୍ୟଜିତ୍‌ ରାଉତ): ୨୦୨୪ ନିର୍ବାଚନ ବେଳେ ପ୍ରଚାର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଇ ଜଣେ ବ୍ୟବସାୟୀ ୧.୪୨ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୫ଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଅଜୟ କୁମାର ଓ ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତିଙ୍କ ନଁାରେ ଭରତପୁର ଥାନାରେ ଅକ୍ଟୋବର ୧୨ରେ ଆଇପିସି ଦଫା ୧୨୦ ବି, ୫୦୬ ଓ ୪୨୦ରେ ମାମଲା (ନଂ.୬୮୪/୨୦୨୪) ରୁଜୁ ହୋଇଛି। ଅଭିଯୋଗକାରୀ ବ୍ୟବସାୟୀ ହେଲେ ଖଣ୍ଡଗିରିବାରିସ୍ଥିତ ପ୍ଲଟ୍‌ ନଂ.୧୨୧୫/୧୩୭୩ରେ ରହୁଥିବା ଆଶୁତୋଷ ମହାପାତ୍ର। ସେ ପ୍ରଥମେ ଭରତପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନ କରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଅନୁଯାୟୀ, ଗତ ନିର୍ବାଚନ ସମୟରେ ପ୍ରଚାର ପାଇଁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଣ ନେଇ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଥିବା ଅଜୟ କୁମାରଙ୍କ ସହ ଆଶୁତୋଷଙ୍କର ୧.୫୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏଥିପାଇଁ ଆଶୁତୋଷଙ୍କୁ ଅଗ୍ରିମ ୮ ଲକ୍ଷ ଟଙ୍କା ଦିଆଯାଇଥିଲା। ନିର୍ବାଚନ ସରିବା ପରେ ବଳକା ଟଙ୍କା ଦେଇଦେବେ ବୋଲି ଉଭୟେ କହିଥିଲେ। ଜୁନ୍‌ ୨୨ରେ ଶରତ, ଅଜୟ ଓ ବିଶ୍ୱରଞ୍ଜନ ଖଣ୍ଡଗିରିବାରିସ୍ଥିତ ଅଫିସରେ ଆଶୁତୋଷଙ୍କୁ ଦେଖାକରିଥିଲେ। ଏହି ସମୟରେ ଆଶୁତୋଷ ତାଙ୍କ ବକେୟା ଟଙ୍କା ମାଗିବାରୁ ସେମାନେ ତାଙ୍କ ବାସଭବନରେ ଦେଖାକରି ଟଙ୍କା ପରିମାଣ ଚୂଡ଼ାନ୍ତ କରିଦେବେ ବୋଲି କହିଥିଲେ। ହେଲେ ଆଶୁତୋଷ ଏଥିରେ ରାଜି ହୋଇ ନ ଥିଲେ। ତାଙ୍କ ଫୋନ କଲ୍‌କୁ ସେମାନେ ଉଠାଉ ନ ଥିବାରୁ ସାଙ୍ଗେ ସାଙ୍ଗେ ସବୁ ଟଙ୍କା ଦେବାକୁ ଆଶୁତୋଷ କହିଥିଲେ। ଆଲୋଚନା ବେଳେ ଅଜୟ ଓ ଶରତ ଧମକ ଦେବା ସହ ଟଙ୍କାଟିଏ ବି ଦେବେ ନାହିଁ ବୋଲି କହିଥିଲେ। ଏହି ସମୟରେ ଟଙ୍କା ଦେବାକୁ ଆଶୁତୋଷ ବାଧ୍ୟ କରିବାରୁ ବିଶ୍ୱରଞ୍ଜନ ତାଙ୍କୁ ଧକ୍କା ମାରିଥିଲେ। ଏଥିସହ ବିହାରୀ ଗୁଣ୍ଡା ଲଗାଇ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ବୋଲି ଆଶୁତୋଷ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ବିଶ୍ୱରଞ୍ଜନ କହିଛନ୍ତି, ଏଇଟା ଏକ ମିଛ ମାମଲା। ଆଶୁତୋଷ ମହାପାତ୍ର କିଏ ସେ ଜାଣିନାହାନ୍ତି। ସିଏ ଯେଉଁ ଏଲ୍‌ଇଡି ଓ ଗାଡ଼ି ଲଗାଇଥିଲେ ବୋଲି ଅଭିଯୋଗ କରୁଛନ୍ତି, ତା’ର କିଛି ପ୍ରମାଣ ନାହିଁ। ତାଙ୍କ ନାଁ ସେଥିରେ ଅଯଥାରେ ଯୋଡ଼ାଯାଇଛି ବୋଲି ବିଶ୍ୱରଞ୍ଜନ କହିଛନ୍ତି। ଅନ୍ୟପକ୍ଷରେ ଶରତ ଓ ଅଜୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri