ନୂଆଦିଲ୍ଲୀ,୨୨ା୪: ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ପ୍ରଦୂଷଣ କମାଇବା ପାଇଁ ଗତ ଏପ୍ରିଲ ୧ରୁ ଭାରତରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ଓ ୮୦ ପ୍ରତିଶତ ପେଟ୍ରୋଲର ମିଶ୍ରଣ) ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଏବେ ୮୫% ଇଥାନଲ ଓ ୧୫% ପେଟ୍ରୋଲ ମିଶ୍ରିତ ଇ୮୫ ଇନ୍ଧନରେ କାର୍ ଚଳାଇବା ପାଇଁ କେନ୍ଦ୍ର ସରକାର ଖୁବ୍ଶୀଘ୍ର ଚିଠା ନିୟମାବଳୀ ଜାରି କରିବା ନିମନ୍ତେ ଯୋଜନା କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଏହାର ସମାଧାନ ପାଇଁ ଇ୮୫ ବା ଫ୍ଲେକ୍ସ ଇନ୍ଧନ ଯୋଜନା ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ଗାଡ଼ି ଇଞ୍ଜିନ୍ରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ। ପେଟ୍ରୋଲ ତୁଳନାରେ ଅଧିକ ଇଥାନଲ ଥିବା ଇନ୍ଧନ ପ୍ରଦୂଷଣ କମାଇବା ସହ ଗାଡ଼ିର ମାଇଲେଜ ବା ଇନ୍ଧନ କ୍ଷମତା କମ୍ କରିଦେବ।