କାର୍ପେଟ୍‌ର ଯତ୍ନ

ଘରର ଡିଜାଇନ୍‌କୁ ବେଶ୍‌ ସୁନ୍ଦର କରିଥାଏ କାର୍ପେଟ। ତେବେ ସବୁଦିନ ଏହାକୁ ସୁନ୍ଦର କରି ରଖିବାକୁ ହେଲେ ଏହାର ଠିକ୍‌ ଭାବେ ଯତ୍ନ ନେବାକୁ ହେବ…

ଉପରେ ସମସ୍ତେ ଚାଲିବା ଫଳରେ ସେଥିରେ ବହୁତ ଧୂଳି ଜମି ଯାଇଥାଏ। ତେଣୁ ସପ୍ତାହକୁ ଅତି କମ୍‌ରେ ଦୁଇଥର ଭାକ୍ୟୁମ୍‌ କ୍ଲିନର ସାହାଯ୍ୟରେ କାର୍ପେଟକୁ ସଫା କରନ୍ତୁ।
କିଛି ତରଳ ପଦାର୍ଥ ଢାଳି ଦାଗ ହୋଇଗଲେ ତୁରନ୍ତ ତାକୁ ସଫା କରନ୍ତୁ। ଦାଗ ହୋଇଥିବା ସ୍ଥାନରେ ସଫା କରିବା ପାଇଁ ଘରେ ଥିବା ଯେକୌଣସି ଫର୍ମୁଲା ବ୍ୟବହାର କରନ୍ତୁ। ଦାଗ ସଫା କରିବା ପରେ ସେହି ସ୍ଥାନରେ କିଛି ପେପର କିମ୍ବା ସଫା କପଡା ରଖି ଦିଅନ୍ତୁ। ଫଳରେ ସଫା ହୋଇଥିବା ସ୍ଥାନ ଶୀଘ୍ର ଶୁଖିଯିବ।
ସଫା କରିବା ପାଇଁ କ୍ଲବ ସୋଡା ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କଲେ ଅତି ସହଜରେ ଚା, କଫି କିମ୍ବା ଜୁସ୍‌ ଆଦିର ଦାଗ ଛାଡି ଯାଇଥାଏ। ତେଣୁ କାର୍ପେଟର ଅରିଜିନାଲ୍‌ ଲୁକ୍‌ ଆସିଥାଏ।
ଭାକ୍ୟୁମ୍‌ କରିବା ପୂର୍ବରୁ ତା’ ଉପରେ କିଛି ବେକିଂ ସୋଡା ପକାଇ ଦିଅନ୍ତୁ। କିଛି ସମୟ ପରେ ଭାକ୍ୟୁମ୍‌ କ୍ଲିନରରେ ସଫା କଲେ ତାହା ଅଧିକ ସୁନ୍ଦର ଦେଖାଯାଏ।
ଉପରେ ଜୋତା ପିନ୍ଧି ଚାଲନ୍ତୁ ନାହିଁ। ଏଥିରେ ଲାଗିଥିବା ମଇଳା ଯୋଗୁଁ କାର୍ପେଟ ଶୀଘ୍ର ଖରାପ ହୋଇଥାଏ।
ବର୍ଷକୁ ଅତି କମ୍‌ରେ ଦୁଇଥର ବାହାରକୁ ଆଣି ଭଲଭାବେ ଧୋଇ ସଫା କରନ୍ତୁ। ଫଳରେ ଏହା ସଫା ଦିଶିବ।
ସଫା କରିବା ପାଇଁ କାର୍ପେଟ ବ୍ରଶ ବ୍ୟବହାର କରନ୍ତୁ। ଫଳରେ କାର୍ପେଟରେ ଲାଗିଥିବା ଧୂଳି ଠିକ୍‌ ଭାବେ ବାହାରିପାରିବ।